Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଷ୍ଟୁରାଣ୍ଟରେ ଜନ୍ମଦିନ ଉତ୍ସବ ଚାଲିଥିବା ବେଳେ ଭୁଶୁଡିଲା ଛାତ : ୨୯ ଜଣଙ୍କ ମୃତ୍ୟୁ, ୨୧ ଆହତ

30/08/2020 at 11:16 AM

ବେଜିଂ ୩୦।୮: ରେଷ୍ଟୁରାଣ୍ଟରେ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଭୁଶୁଡିପଡିଲା ଛାଡ । ଚୀନ୍ ର ଶଂକ୍ସି ଅଞ୍ଚଳରେ ଶନିବାର ଦିନ ଏଭଳି ଅଭାବନୀୟ ଘଟଣା ଘଟିଛି । ଛାତ ଭୁଶୁଡିବା ଫଳରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଧିକାରୀ ରବିବାର ଦିନ ଏହି ସୂଚନା ଦେଇଛନ୍ତି ।

punjabkesari

ସୂଚନା ଅନୁସାରେ ଚୀନ୍ ଜିୟାଙ୍ଗଫେନ କାଉଣ୍ଟି ଚେନଝୁଆଙ୍ଗ ସ୍ଥିତ ଜୁଜିୟାନ ରେଷ୍ଟୁରାଣ୍ଟରେ ଶନିବାର ସକାଳ ୯ଟା ୪୦ରେ ଜଣେ ବ୍ୟକ୍ତିଙ୍କ ଜନ୍ମଦିନ ପାର୍ଟି ଚାଲିଥିଲା । ସେହି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜନ୍ମଦିନ ପାଳନ ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରଲୋକ ଏବଂ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ।

punjabkesari

ପାର୍ଟି ଚାଲିଥିବା ବେଳେ ହଠାତ୍ ରେଷ୍ଟୁରାଣ୍ଟର ଛାତ ଭୁଶୁଡି ପଡିଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨୧ ଜଣ ଆହତ ହୋଇଛନ୍ତି । ରବିବାର ସକାଳେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା ।

   Related Posts