ବଦଳିଲେ ୨୯ ଆଇପିଏସ୍ ଏବଂ ଓପିଏସ୍ ଅଧିକାରୀ ; ୯ ଜିଲ୍ଲାରେ ନୂଆ ଏସ୍‌ପି

Published By : Prameya-News7 Bureau | February 12, 2019 IST

ଭୁବନେଶ୍ବର ୧୨|୨:  ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୨୯ଜଣ ଆଇପିଏସଙ୍କୁ ବଦଳି କରାଯାଇଛି । ଦୁଇ ଦିନ ତଳେ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଥିଲେ । ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଥିଲେ । ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ଘୋଷଣା ହେବାର ସମ୍ଭାବନା ଅଛି । ନିର୍ବାଚନ ଘୋଷଣା ହୋଇ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ସରକାର ଆଉ ଅଦଳବଦଳ କରିପାରିବେ ନାହିଁ । ତେଣୁ ନିର୍ବାଚନକୁ ଆଖି ଆଗରେ ରଖି ଏହି ବଦଳି କରାଯାଇଥିବା କୁହାଯାଉଛି ।

 ଭିଜିଲାନ୍ସ ନିର୍ଦ୍ଦେଶକ ସୁନୀଲ ରୟଙ୍କୁ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ଡିଜି ଭାବେ ପଦୋନ୍ନତି ଦିଆଯାଇଛି । ଗୃହ ବିଭାଗ ସହିତ ଆଟାଚ ଥିବା ୧୯୮୮ ବ୍ୟାଚ୍ ର ଆଇପିଏସ ଅଧିକାରୀ ବିନୟାନନ୍ଦ ଝାଙ୍କୁ ଓଏଚଆରସିର ନିର୍ଦ୍ଦେଶକ ଭାବେ ବଦଲି କରାଯାଇଛି । ଓଏଚଆରସିର ନିର୍ଦ୍ଦେଶକ ସିଦ୍ଧାର୍ଥ ମହାନ୍ତୁ ନର୍ଭଣେଙ୍କୁ ଏଚଆରପିସିର ଏଡିଜି ଭାବେ ବଦଳି କରାଯାଇଛି । ଏଚଆରପିସି ଏଡିଜିପି ମହେନ୍ଦ୍ର ପ୍ରତାପଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ବଦଳି କରାଯାଇଛି । ଟ୍ରାନ୍ସପୋର୍ଟ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଆଇନ ଶୃଙ୍ଖଳା ଭାବେ ଅବସ୍ଥାପିତ କରାଯାଇଛି ।

ଆଇନ ଶୃଙ୍ଖଳା ଆଇଜି ଅମିତାଭ ଠାକୁରଙ୍କୁ ଏସଏପିର ଆଇଜି ଭାବେ ବଦଳି କରାଯାଇଛି । କ୍ରାଇମବ୍ରାଞ୍ଚ ଡିଆଇଜି ଏସ. ସାଇନିଙ୍କୁ ଆଇଜି ଭାବେ ପଦୋନ୍ନତି ଦିଆଯିବା ସହ ବିପିଏସପିଏରରେ ଅବସ୍ଥାପିତ କରାଯାଇଛି । ଏସଏପିର ଜିଆଇଜି ହିଂମାଶୁ କୁମାର ଲାଲ୍ ଙ୍କୁ  ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ୍ ଡିଆଅଜି ଭାବେ ବଦଳି କରାଯାଇଛି । ଏସଟିଏଫ୍ ର ଆଇଜି ଯତୀନ୍ଦ୍ର କୋଏଲଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କୁ ଗୁଇନ୍ଦା ବିଭାଗର ଡିଆଇଜି ସହ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦାୟିତ୍ବ ଦିଆଯାଇଛି । ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଛି । ରାଉରକେଲା ଏସପି ଉମାଶଙ୍କର ଦାସଙ୍କୁ ତାଙ୍କ ସ୍ଥାନରେ ପୁରୀ ଏସପି ଭାବେ ଅବସ୍ଥାପିତ କରାଯାଇଛି ।

ବିପିଏସପିଏର ଏସପି ଶାରା ଶର୍ମାଙ୍କୁ ଗଜପତି ଏସପି ଭାବେ ବଦଳି କରାଯାଇଛି । ଦେବଗଡ ଏସପି ଅନୁପମା ଜେମ୍ସଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି । ରାୟଗଡା ଏସପି ରାହୁଲ ପି.ଆର. ଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଏସପି ଭାବେ ବଦଳି କରାଯାଇଛି । ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମାଙ୍କୁ ପୋଲିସ ମୁଖ୍ୟାଳୟକୁ ଏଆଇଜି ଭାବେ ବଦଳି କରାଯାଇଛି । ପାନପୋଷ ଏସଡିପିଓ ପଦ୍ମିନୀ ସାହୁଙ୍କୁ ପୋଲିସ ମୁଖ୍ୟାଳୟ ଡିସିପି ଭାବେ ବଦଳି କରାଯାଇଛି । ବଡବିଲ ଏସଡିପିଓ ରାହୁଲ ଜୈନଙ୍କୁ ଦେବଗଡ ଏସପି ଭାବେ ଅବସ୍ଥାପିତ କରାଯାଇଛି । ମାଲକାନଗିରି ଏସଡିପିଓ ଡକ୍ଟର ସର୍ଭଣା ବିବେକଙ୍କୁ ରାୟଗଡା ଏସପି ଭାବେ ବଦଳି କରାଯାଇଛି । ବାଲିଗୁଡା ଏସଡିପିଓ କୁଶାଲକର ନିତୀନ ଡୁଗୁଡଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି ।

ଏଏସପି ତଥା ରାଜ୍ୟପାଳଙ୍କ ଏଡିସି ପ୍ରତ୍ୟୁଷ ଦିବାକରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ଏଡିସି ଭାବେ ହିଁ ଅବସ୍ଥାପିତ କରାଯାଇଛି । କଟକ ଗ୍ରାମାଞ୍ଚଳ ଏସପି ଦାୟିତ୍ବରେ ଥିବା ମାଧବ ଚନ୍ଦ୍ର ସାହୁଙ୍କୁ ଏଆଇଜି ଭାବେ ବଦଳି କରାଯାଇଛି । ଏଆଇଜି କେ. କେ ଡୋଙ୍ଗାୟତଙ୍କୁ କଟକ ଏସଆରପିକୁ ବଦଳି କରାଯାଇଛି । ଗଜପତି ଜିଲ୍ଲା ଏସପି ଦାୟିତ୍ବରେ ଥିବା ଅମୂଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଜିଲ୍ଲାର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଭାରପ୍ରାପ୍ତ ଏସପି ଦିପ୍ତୀରଞ୍ଜନ ରାୟଙ୍କୁ କ୍ରାଇମବ୍ରାଞ୍ଚର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି ।

ଢେଙ୍କାନାଳ ଜିଲ୍ଲାର ଭାରପ୍ରାପ୍ତ ଏସପି ସନ୍ତୋଷ କୁମାର ନାୟକଙ୍କୁ ଏସଆଇଡବ୍ଲୁର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି । ପୋଲିସ ମୁଖ୍ୟାଳୟର ଭାରପ୍ରାପ୍ତ ଡିସିପି ସନ୍ତୋଷ କୁମାର ନାୟକଙ୍କୁ ଏସଆଇଡବ୍ଲୁର ଭାରପ୍ରାପ୍ତ ଏସପି ଭାବେ ଅବସ୍ଥାପିତ କରାଯାଇଛି । ପୋଲିସ ମୁଖ୍ୟାଳୟର ଭାରପ୍ରାପ୍ତ ଡିସିପି ପ୍ରାଣଧନ ମହାପାତ୍ରଙ୍କୁ ମଧ୍ୟ ବଦଳି କରାଯାଇଛି । କ୍ରାଇମବ୍ରାଞ୍ଚର ଭାରପ୍ରାପ୍ତ ଏସପି ରାଧା ବିନୋଦ ପାଣିଗ୍ରାହୀଙ୍କୁ କଟକ ଜିଲ୍ଲାର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି । ପୋଲିସ ମୁଖ୍ୟାଳୟର ଏଆଇଜି ରବି ନାରାୟଣ ବେହେରାଙ୍କର ମଧ୍ୟ ବଦଳି କରାଯାଇଛି । ତେବେ ତାଙ୍କ ପୋଷ୍ଟିଂ ଡିଜିପି (ଟି) ଏଫଇବି କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.