Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦୁଇ ରାଜ୍ୟର ୨୯ ଜିଲ୍ଲା ବଢ଼ାଉଛି ଚିନ୍ତା, ଏଠାରୁ ହିଁ ଦେଶର ଅଧା କରୋନା ସଂକ୍ରମିତ ହେଉଛନ୍ତି ଚିହ୍ନଟ

9/07/2021 at 10:41 PM

ନୂଆଦିଲ୍ଲୀ ୯/୦୭: ଦେଶରେ ଯଦିଓ କରୋନା ମାମଲାରେ ହ୍ରାସ ହୋଇଛି କିନ୍ତୁ ଏବେ ବି ବିପଦ ଟଳିନାହିଁ । କିଛି ଅଞ୍ଚଳରେ  ଏବେ ଦ୍ବିତୀୟ ଲହର ଦାଉ ସାଧିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର ଏବଂ କେରଳରୁ ଦେଶର ଅଧା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେରଳର ୧୪ ଏବଂ ମହାରାଷ୍ଟ୍ରର ୧୫ ଜିଲ୍ଲା ଚିନ୍ତାର କାରଣ ପାଲଟିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅକ୍ରଓ୍ବାଲ୍‌ କହିଛନ୍ତି, କରୋନାର ଦ୍ବିତୀୟ ଲହର ସମ୍ପୂର୍ଣ୍ଣ ଭାବେ ଅପସରି ଯାଇନାହିଁ। ଏହି ସମୟ​‌ରେ ସାମାନ୍ୟ ଅସାବଧାନତା ବିପଦକୁ ଟାଣିଆଣିବ। ସେ ଆହୁରି ମଧ୍ୟ କହିଛନ୍ତି ଦେଶରେ କରୋନା ମାମଲାରେ ହ୍ରାସ ହୋଇଛି। ଗତ ସପ୍ତାହରେ କରୋନାର ନୂଆ ସଂକ୍ରମଣରେ ୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ଦେଶର ୯୦ ଜିଲ୍ଲାରୁ ୮୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ସେ କହିଛନ୍ତି, ଆମକୁ ଋଷ,ବାଂଲାଦେଶ ଏବଂ ବ୍ରିଟେନ ପାଖରୁ ଶିଖିବାକୁ ହେବ କାରଣ ସେଠାରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ନିକଟରେ ବ୍ରଟେନରେ ୟୁରୋ କପ୍‌ ୨୦୨୧ ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ରହିଥିଲେ । କିନ୍ତୁ ଏବେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି ବୋଲି ଲଭ ଅଗ୍ରଓ୍ବାଲ୍‌ କହିଛନ୍ତି। ଏହା ସହ ତୃତୀୟ ଲହର ଖୁବଶୀଘ୍ର ଆସିବ ବୋଲି ଗବେଷକମାନେ କହିଛନ୍ତି। ଏହି ସମୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବଂ ବଜାରରେ ଭିଡ଼ ଚିନ୍ତା ବଢ଼ାଇଛି ବୋଲି ସେ କହିଛନ୍ତି ।  

   Related Posts