ମଲ୍ଟିନ୍ୟାସନାଲ୍ କମ୍ପାନୀର ୨୮୮ କର୍ମଚାରୀ କରୋନା ପଜିଟିଭ୍

Published By : Prameya-News7 Bureau | July 20, 2020 IST

ହରିଦ୍ୱାର ୨୦/୦୭ : ଧର୍ମ ନଗରୀ ହରିଦ୍ୱାରରେ କରୋନା ସଂକ୍ରମଣର ଭୟାବହ ରୂପର ସାମ୍ନାକୁ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି | ଏଠାକାର ଏକ ମଲ୍ଟିନ୍ୟାସନାଲ କମ୍ପାନୀର ୨୮୮ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏହି କର୍ମଚାରୀ ଅଲଗା ଅଲଗା ଅଞ୍ଚଳରେ ରୁହନ୍ତି | ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତ ସାଧାରଣ ଲୋକଙ୍କ ସମ୍ପର୍କରେ ମଧ୍ୟ ଆସିଛନ୍ତି | ପ୍ରଶାସନ ବର୍ତ୍ତମାନ ଏହି ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ହିଷ୍ଟ୍ରି ଖୋଜୁଛି | ଏହି କମ୍ପାନୀର ୪୦୦ ଅନ୍ୟ କର୍ମଚାରୀଙ୍କ ନମୁନା ଯାଞ୍ଚ ପାଇଁ ପଠାଯାଇଛି | ସେମାନଙ୍କ ଯାଞ୍ଚ ରିପୋର୍ଟ ଆସିନାହିଁ |

ମିଡ଼ିଆ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କମ୍ପାନୀର ଆଖପାଖ ଅଞ୍ଚଳକୁ ଖାଲି କରିଦିଆଯାଇଛି | ଜଣେ ପ୍ରସାଶନିକ ଅଧିକାରୀ କହିଛନ୍ତି ଯେ ୨୮୮ ଜଣ ସଂକ୍ରମଣର ଶିକାର ହୋଇଥିବାବେଳେ ୪୦୦ ଜଣଙ୍କ ନମୁନା ଯାଞ୍ଚ ପାଇଁ ଯାଇଛି | କମ୍ପାନୀ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବାପରେ ୧୬୮ ଜଣିଆ ଟିମ୍ କର୍ମଚାରୀଙ୍କ କଣ୍ଟ୍ରାକ୍ଟ ହିଷ୍ଟ୍ରି ଖୋଜୁଛନ୍ତି ଏବଂ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ପତା କରୁଛନ୍ତି |

ରିପୋର୍ଟ ଅନୁଯାୟୀ, ଦେଶରେ ବୃଦ୍ଧି ପାଉଥିବା କରୋନାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ଲୋକଙ୍କୁ ସଚେତନ କରାଇଛି | ଆଇଏମଏ କହିଛି ଯେ ଦେଶରେ କମ୍ୟୁନିଟି ସ୍ପ୍ରେଡ଼ ହୋଇସାରିଛି | ଏହାସହ ଦେଶର ସତହତି ବହୁତ ଖରାପ ବୋଲି ମଧ୍ୟ ଆଇଏମଏ କହିଛି | ସାରା ଦୁନିଆରେ ଆମେରିକା ଓ ବ୍ରାଜିଲ ପରେ ସବୁଠାରୁ ଅଧିକ ମାମଲା ଭାରତର ରହିଛି | କିନ୍ତୁ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ମାମଲା ଓ ମୃତ୍ୟୁହାରକୁ ଯଦି ଦୃଷ୍ଟିରେ ରଖାଯାଏ ତାହେଲେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.