କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢୁଛି ଆରୋଗ୍ୟଙ୍କ ସଂଖ୍ୟା, ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୮୫୦
16/10/2020 at 8:07 PM

ଭୁବନେଶ୍ଵର ୧୬।୧୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୧୩୮ ଚିହ୍ନଟ ହୋଇଥିବା ବେଳେ ୨୮୫୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୪୧ ହଜାର ୩୮୫ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୩ କରୋନାରୁ ମୁକ୍ତ ହୋଇଛନ୍ତି। ସେହି ପରି କଟକ ଜିଲ୍ଲାରୁ ୧୮୪, ପୁରୀରୁ ୧୪୭, ଅନୁଗୁଳରୁ ୧୩୮, ସମ୍ବଲପୁରରୁ ୧୩୭, କେନ୍ଦ୍ରାପଡାରୁ ୧୩୩, ବରଗଡରୁ ୯୮, ନବରଙ୍ଗପୁରରୁ ୮୯, ଯାଜପୁରରୁ ୮୭, ସୁନ୍ଦରଗଡରୁ ୮୫, ମୟୂରଭଞ୍ଜରୁ ୮୨ , ଜଗତସିଂହପୁରରୁ ୮୯, ସୋନପୁରରୁ ୮୦, ବଲାଙ୍ଗିରରୁ ୭୨, ଝାରସୁଗୁଡାରୁ ୭୨, ବାଲେଶ୍ଵରରୁ ୬୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Another 2850 Covid patients have recovered and are being discharged on 16.10.2020
— H & FW Dept Odisha (@HFWOdisha) October 16, 2020
563 from Khordha
184 from Cuttack
147 from Puri
138 from Anugul
137 from Sambalpur
133 from Kendrapara
98 from Bargarh
89 from Nabarangpur
87 from Jajapur
85 from Sundargarh
82 from Mayurbhanj
ସେହି ପରି ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୩, କେନ୍ଦୁଝରରୁ ୫୫, କନ୍ଧମାଳରୁ ୪୮, ମାଲକାନଗିରିରୁ ୪୨, ବୌଦ୍ଧରୁ ୪୧, ନୂଆପଡାରୁ ୪୧, ନୟାଗଡରୁ ୩୭, ଗଞ୍ଜାମରୁ ୩୬, ଭଦ୍ରକରୁ ୩୧, ରାୟଗଡାରୁ ୨୭, କୋରାପୁଟରୁ ୨୬, ଦେବଗଡରୁ ୧୫ ଓ ଗଜପତିରୁ ୩ ଜଣ ଆରୋଗ୍ୟଲାଭ କରିଛନ୍ତି।
26 from Koraput
— H & FW Dept Odisha (@HFWOdisha) October 16, 2020
15 from Deogarh
3 from Gajapati
203 from State Pool
The total recovered cases of Odisha now stand at 241385
ଉଲ୍ଲେଖନୀୟ ଗତ ୨୪ ଘଣ୍ଟାରେ ଓଡିଶାରୁ ୨୧୩୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୪୯ରେ ପହଞ୍ଚିଛି। ସେଥିରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୪୧ ହଜାର ୩୮୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଆଉ ୧୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ପରେ ମୃତକଙ୍କ ସଂଖ୍ୟା ୧୧୦୪କୁ ବୃଦ୍ଧି ଘଟିଛି।