Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜାମରେ କରୋନା ସ୍ଥିତି ଅଣାୟତ୍ତ : ଚିହ୍ନଟ ହେଲେ ୨୮୩ ଆକ୍ରାନ୍ତ, ଏଥିରୁ ୪୯ କରୋନା ଯୋଦ୍ଧା

3/07/2020 at 1:54 PM

ବ୍ରହ୍ମପୁର ୩।୭: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ । ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ୨୪ ଘଣ୍ଟା ମଧ୍ୟରେ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୪୯ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଟ୍ବିଟ୍ ଯୋଗେ ଜଣାଇଛନ୍ତି ।

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କରୋନା ଯୋଦ୍ଧା ୧୪ ଏବଂ ବ୍ରହ୍ମପୁର ସହରରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ୍ ୧୮୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୨ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ୧୦୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

   Related Posts