Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

Zee Media ର ୨୮ କର୍ମଚାରୀ କରୋନା ପଜିଟିଭ୍ : ଅଫିସ୍ ସିଲ୍

19/05/2020 at 11:40 AM

ନୋଏଡା ୧୯/୦୫ : ସୋମବାର ଦିନ Zee Media ର ୨୮ ଜଣ କର୍ମଚାରୀ କରୋନା ପଜିଟିଭ ଆସିଥିବା ଜଣାପଡିବା ପରେ ଅଫିସକୁ ସିଲ କରାଯାଇଛି | ଅଫିସ, ନ୍ୟୁଜରୁମ ଏବଂ ସ୍ଟୁଡ଼ିଓକୁ ସିଲା କରାଯାଇଛି | ଗତ ଶୁକ୍ରବାର ଦିନ ଜଣେ ଗଣମାଧ୍ୟମ ପ୍ରତିନିଧି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା | ଜଣେ ସଂକ୍ରମିତ ହେବାପରେ ଅଫିସର ଅନେକ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇଥିଲା ଯେଉଁମାନେ ଉକ୍ତ କର୍ମଚାରୀଙ୍କ ସମ୍ପର୍କରେ ଆସିଥିଲେ | ଏନେଇ ମୁଖ୍ୟ ସମ୍ପାଦକ ସୁଧୀର ଚୋୖଧୁରୀ ସୂଚନା ଦେଇଛନ୍ତି | ଟିମର ୨୮ ଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବା ସେ ସ୍ପଷ୍ଟ କରିଛନ୍ତି | ତେବେ ପୂର୍ବରୁ ଏମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା | ଲକ୍ଷଣ ପରିଲକ୍ଷିତ ହେବା ପୂର୍ବରୁ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇଥିଲା ବୋଲି ସେ କହିଛନ୍ତି | 

ସଂକ୍ରମଣ ରୋକିବାକୁ ସେ ପୁରା ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି | ସରକାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ଗାଇଡଲାଇନ ଅନୁସରଣ କରୁଛନ୍ତି ବୋଲି ସେ କହିଛନ୍ତି |

ମୁଖ୍ୟ ସମ୍ପାଦକ ସୁଧୀର ଚୋୖଧୁରୀ କହିଛନ୍ତି ଯେ, ଅଫିସ, ନ୍ୟୁଜରୁମ, ସ୍ଟୁଡ଼ିଓ ସାନିଟାଇଜ କରିବାକୁ ସିଲ କରାଯାଇଛି | ବର୍ତ୍ତମାନ ନ୍ୟୁଜ ଟିମକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇଛି | ଅନ୍ୟ କର୍ମଚାରୀଙ୍କ କରୋନା ପରୀକ୍ଷା ଅତି ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି | ସଂସ୍ଥାରେ ବର୍ତ୍ତମାନ ୨ ହଜାର ୫୦୦ କର୍ମଚାରୀ କାର୍ଯ୍ୟରତ | ତେବେ କମ୍ପାନୀ ପ୍ରତ୍ୟେକ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବ ବୋଲି ସେ କହିଛନ୍ତି |


ଏହା ନିଶ୍ଚୟ ଏକ ସଙ୍କଟାପନ୍ନ ସମୟ | କିନ୍ତୁ ଏହାକୁ ନେଇ କର୍ମଚାରୀ ମନୋବଳ ଭାଙ୍ଗି ଯାଇନାହିଁ | କର୍ମଚାରୀ ଏବେ ମଧ୍ୟ ନିଜ ଦାୟିତ୍ୱରୁ ପଛଘୁଞ୍ଚା ଦେଇ ନାହାନ୍ତି | ତେବେ ସଂକ୍ରମିତ କର୍ମଚାରୀ ଶୀଘ୍ର ସୁସ୍ଥ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି |

   Related Posts