୨୮ ବର୍ଷୀୟ ମହିଳା ଟ୍ରେନରେ ଶୋଇଥିବା ବେଳେ ଅସଦାଚରଣର ଶିକାର,ଟ୍ରେନ ଭିତରେ ଗୋଡାଇ ଅଭିଯୁକ୍ତକୁ ଧରିଲେ

Published By : Prameya-News7 Bureau | November 11, 2019 IST

ବେଙ୍ଗାଲୁର ୧୧।୧୧ - ଜଣେ ୨୮ ବର୍ଷୀୟା ମହିଳା ବେଙ୍ଗାଲୁରରୁ ଯାଉଥିବା ଏକ ଟ୍ରେନରେ ଶୋଇଥିବାବେଳେ ଅସଦାଚରଣର ଶିକାର ହୋଇଛନ୍ତି । ଶୋଇଥିବା ବେଳେ ତାଙ୍କ ପଛ ପଟକୁ କେହି ଜଣେ ଜାଣିଶୁଣି ସ୍ପର୍ଶ କରୁଥିବା ସେ ଅନୁଭବ କରିଥିଲେ ।

ଏହାପରେ ସେ ଉଠି ପଡିଥିଲେ । ସେହି ସମୟରେ ଅଭିଯୁକ୍ତଟି ଟ୍ରେନ କମ୍ପାଣ୍ଟ ମେଣ୍ଟ ଭିତରେ ଖସିଯିବାକୁ ଚେଷ୍ଟା କରିଥିଲା । ଯୁବତୀ ଓ ତାଙ୍କ ସାଙ୍ଗମାନେ ତାହାର ପିଛି କରିବା ସହ ତାକୁ ଧରି ଥିଲେ । ମାତ୍ର ଅଭିଯୁକ୍ତ ଖସିଯିବା ପାଇଁ ଉଦ୍ୟମ କରିଥିଲା । କୋଚୁଭଲି ମହୀଶୁର ଏକ୍ସପ୍ରେସରେ ଯୁବତୀ ଜଣଙ୍କ ଯାତ୍ରା କରୁଥିଲେ । ନଭେମ୍ବର ୬ ତାରିଖ ଭୋର ୫ଟା ସମୟରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ଜଣଙ୍କ ଭି ସୁନୀଶ ବୋଲି ଜଣା ପଡିଛି । ଯୁବତୀ ଜଣଙ୍କ ମାମଲା ରୁଜୁ କରିଛନ୍ତି ।


ବେଙ୍ଗାଲୁର ପୁଲିସ ମାମଲା ରୁଜୁ କରିବା ପରେ ରେଳବାଇ ପୁଲିସକୁ ଏହି ମାମଲା ହସ୍ତାନ୍ତର କରିଛି । ପୁଲିସ ଅଭିଯୁକ୍ତର ସମସ୍ତ ବିବରଣୀ ରେରର୍ଡ କରିଛି । ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ।


ଶୋଇଥିବା ସମୟରେ କେହି ଜଣେ ଖରାପ ଉଦେଶ୍ୟରେ ତାଙ୍କ ପଛ ପାଖକୁ ସ୍ପର୍ଶ କରୁଥିବା ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ । ସେ ଉଠି ପଡିବାରୁ ଅଭିଯୁକ୍ତ ତରବାର ହୋଇ ସେଠାରୁ ଅନ୍ୟ କୋଚ୍‌କୁ ଚାଲିଯାଇଥିଲା ।

ଯୁବତୀ ଜଣଙ୍କ ପାଟି କରିବା ସହ ତାକୁ ପିଛା କରିଥିଲେ । ସେଠାରେ ଅନ୍ୟମାନଙ୍କ ସହାୟତାରେ ଅଭିଯୁକ୍ତକୁ ଧରିଥିଲେ । ଟ୍ରେନ୍‌ ଭିତରେ ଟିଟିଙ୍କ ଠାରୁ ସାହାଯ୍ୟ ଚାହିଁଥିଲେ ମଧ୍ୟ ମିଳି ନଥିଲା । ପରେ ସେମାନେ ପରବର୍ତୀ ଷ୍ଟେସନରେ ଓହ୍ଲାଇଥିଲେ । ମାତ୍ର କୌଣସି ସାହାଯ୍ୟ ନିଳିବାରୁ ଟ୍ରେନର ଚେନ୍‌ ଟାଣିଥିଲେ ।

ଚେନ୍‌ ଟାଣିବାରୁ ଜିଆରପି ପୁଲିସ ଓ ଆର୍‌ପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.