୨୮ ବର୍ଷ ବୟସ୍କା ଏହି ଅଭିନେତ୍ରୀଙ୍କ ଫିଟ୍‌ନେସ ଦେଖି ଲୋକେ ଆଚମ୍ବିତ ହୁଅନ୍ତି

Published By : Prameya-News7 Bureau | May 21, 2019 IST

ମୁମ୍ବାଇ ୨୧|୫: ବଲିଉଡରେ ଅଭିନେତ୍ରୀ ନିଜ ଫିଗର ଓ ତ୍ବଚାର ସବୁବେଳେ ଖାସ ଧ୍ୟାନ ରଖନ୍ତି। କାରଣ ସେମାନେ ନିଜକୁ ଯେତିକି ମେନ୍‌ଟେନ କରିବେ ପରଦାରେ ସେତିକି ଭଲ ଦେଖା ଯିବେ। ଆଜିକାଲି ଫିଟନେସ୍‌ ସମସ୍ତଙ୍କ ଜୀବନ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଫିଟ୍‌ନେସ୍ କୁ ନେଇ ଦିନକୁ ଦିନ ସାଧାରଣ ଲୋକଙ୍କ ଗହଣରେ କ୍ରେଜ ବଢିବାରେ ଲାଗିଛି।

{"id":114291}

ଏହା ସହ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଦେଖି ସାଧାରଣ ଲୋକଙ୍କ ଆଗ୍ରହ ଓ ପାଗଳାମି ମଧ୍ୟ ବଢୁଛି। ତେବେ ଜାଣନ୍ତୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯିଏ ୨୮ ବର୍ଷ ବୟସରେ ନିଜକୁ ବହୁତ ଫିଟ୍‌ ରଖିଛନ୍ତି।  

{"id":114292}

ଏହି ଅଭିନେତ୍ରୀ ଦେଖିବାକୁ ଯେମିତି ତାଙ୍କ ଫିଟ୍‌ନେସ ମଧ୍ୟ ସେମିତି। ସେ ହେଉଛନ୍ତି ହଂସିକା ମଟୱାନି।

{"id":114295}

ତାମିଲ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ନାମି ଦାମି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଂସିକା। ଶିଶୁ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ହଂସିକା |

{"id":114297}

ଅନେକ ଟିଭି ସିରିଏଲରେ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି | ୨୦୦୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କୋଈ ମିଲ ଗୟା’ରେସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ।

{"id":114298}

ଫିଲ୍ମ ସୁପରଡୁପର ହିଟ୍‌ ହୋଇଥିଲା | ଶିଶୁ କଳାକାରଭାବେ ଦର୍ଶକ ତାଙ୍କୁ ପରଦାରେ ଦେଖି ବେଶ ପସନ୍ଦ କରିଥିଲେ | ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଆପକା ସୁରୁର’ରେ ହିମେସ ରେସମୀୟାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଏହି ଅଭିନେତ୍ରୀ ।

{"id":114301}

ତାଙ୍କର ଏହି ଫିଲ୍ମ ହିଟ ହୋଇଥିଲା | ତଥାପି ବଲିଉଡରେ ତାଙ୍କୁ କିଛି ବିଶେଷ ସଫଳତା ମିଳିନଥିଲା | ଏହା ପରେ ସେ ସାଉଥ ଜଗତରେ ପାହ ହେଇଥିଲେ। ସେ ଅନେକ ସାଉଥ ଫିଲ୍ମରେ ଅଭିନୟ କରିଛନ୍ତି। ତେଲୁଗୁ ଫିଲ୍ମ ଦେଶମୁଦ୍ରରେ ଅଭିନୟ କରି ସେ ସାଉଥ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।

{"id":114302}

ତାଙ୍କ ଫିଲ୍ମ ଧିରେ ଧିରେ ଦର୍ଶକଙ୍କୁ ବେଶ ପସନ୍ଦ ଆସିଲା। ସାଉଥରେ ସେ ଖୁବ୍‌ ଲୋକପ୍ରିୟତା ହାସଲ କରିବା ସହ ପ୍ରତିଷ୍ଠା ମଧ୍ୟ ଲାଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.