Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

୨୮ବର୍ଷ ପୂର୍ବେ ସ୍ୱାଧୀନ ହୋଇଥିଲା ଦେଶ, ଏବେ ପ୍ରତି ବ୍ୟକ୍ତି ଆୟ ୬.୩୯ଲକ୍ଷ ଟଙ୍କା

15/09/2019 at 7:31 PM

ମାତ୍ର ୧୫ ବର୍ଷ ତଳେ ସ୍ୱାଧୀନ ହୋଇଥିବା ସ୍ଲୋଭେନିଆ। ଆଲପସ୍ ପର୍ବତମାଳାକୁ ଲାଗି ରହିଥିବା ମଧ୍ୟ ୟୁରୋପର ଏହି ଦେଶଟି ଅନେକ ଦେଶ ଓ ସମୁଦ୍ର ସହ ନିଜର ସୀମା ନିର୍ଦ୍ଧାରଣ କରେ। ସ୍ଲୋଭେନିଆ ଉତ୍ତରରେ ଅଷ୍ଟ୍ରିୟା, ଉତ୍ତର-ପୂର୍ବରେ ହଙ୍ଗେରୀ, ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ କ୍ରୋଏସିଆ, ପଶ୍ଚିମରେ ଇଟାଲୀ ଓ ଦକ୍ଷିଣ-ପଶ୍ଚିମରେ ରହିଛି ଏଡ୍ରିୟାଟିକ୍ ସାଗର । ପୂର୍ବରି ୟୁଗୋସ୍ଲୋଭିଆ ଅଧିନରେ ଥିବା ସ୍ଲୋଭେନିଆ ଗତ ୧୯୯୧ ମସିହା ଜୁନ ୨୫ ତାରିଖରେ ସ୍ୱାଧୀନ ହୋଇଥିଲା।

ସ୍ୱାଧୀନତା ପରଠାରୁ ସ୍ଲୋଭେନିଆର ବିକାଶ ଜାରି ରହିଛି। ୨୦ ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ବିସ୍ତୃତ ଏହି ଦେଶଟି ଜଳ ପର୍ଯ୍ୟଟନ ଲାଗି ବିଶ୍ୱରେ ବେଶ ପ୍ରସିଦ୍ଧ । ବିଭିନ୍ନ ଦେଶରୁ ଲୋକେ ଏଠାକୁ ବୁଲିବାକୁ ଆସିଥାନ୍ତି। ଏଠାରେ ଭ୍ରମଣର ବେଶ ଆନନ୍ଦ ଉଠାନ୍ତି ପର୍ଯ୍ୟଟକ। ଦେଶର ୬୦ ପ୍ରତିଶତ ଅଞ୍ଚଳ ଜଙ୍ଗଲ ଆଛାଦିତ । ଏଣୁ ଏଠାରେ ପ୍ରାକୃତିକ ପର୍ଯ୍ୟଟନର ମଧ୍ୟ ଭରପୁର ଉତ୍ସ ରହିଛି। ସ୍ଲୋଭେନିୟଙ୍କ ମୁଖ୍ୟ ଆୟ ପର୍ଯ୍ୟଟନରୁ ହିଁ ହୋଇଥାଏ।  

୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଅନେକ ପ୍ରାଚୀନ ଭବନ ରହିଛି। ଇଟାଲୀୟ ଶୈଳୀରେ ନିର୍ମିତ ଭବନସବୁ ପର୍ଯ୍ୟଟକଙ୍କୁ ଆକର୍ଶିତ କରିଥାଏ। ୟୁଗୋସ୍ଲୋଭିଆରୁ ସ୍ୱାଧୀନ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ ଦେଶର ଆର୍ଥିକ ଅବସ୍ଥା ଭଲ ନଥିଲା। ତଥାପି ଦେଶ ଖୁବ୍ ଶୀଘ୍ର ବିକାଶ ପଥରେ ଆଗେଇବାକୁ ଲାଗିଲା। ମଧ୍ୟ ୟୁରୋପରେ ଏବେ ସ୍ଲୋଭେନିଆ ଏକ ମଜଭୁତ ଅର୍ଥନୀତିର ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଏହି ଏହି ଦେଶରେ ପ୍ରତିବ୍ୟକ୍ତି ଆୟ ହାର ୬.୩୯ଲକ୍ଷରେ ପହଞ୍ଚିଛି। ସ୍ୱାଧୀନତାର ଏତେ ବର୍ଷପରେ ବି ଭାରତର ପ୍ରତିବ୍ୟକ୍ତି ଆୟ ୧୦ ହଜାର ୫୯୪ ଟଙ୍କାରେ ସୀମିତ ରହିଛି। ଏହି ଦେଶରେ ଲୋକେ ବେଶ୍ ଶିକ୍ଷା ସଚେତନ। ସରକାର ୧୫ ବର୍ଷ ଆୟୁ ପର୍ଯ୍ୟନ୍ତ ପିଲାଙ୍କୁ ନିଶୁଳ୍କ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି। ସେହିପରି ୧୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷାକୁ ଏଠାରେ ବାଧ୍ୟତାମୂଳକ  କରାଯାଇଛି।

   Related Posts