'ଆଇ ଲଭ୍ ୟୁ ନିଲମ' : ସୁଇସାଇଡ୍ ନୋଟରେ ଏମିତି ଲେଖିଥିଲେ ୨୮ ବର୍ଷୀୟ ବ୍ୟବସାୟୀ, ଲିଙ୍କ୍ ଖୋଜୁଛି ପୋଲିସ

Published By : Prameya-News7 Bureau | December 10, 2020 IST

ଇନ୍ଦୋର,୧୦/୧୨:  ମୁମ୍ବାଇରେ ରହୁଥିବା ଚାରୋଟି ଇଭେଣ୍ଟ କମ୍ପାନୀର ମାଲିକ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି । ଏଥିରେ ଆଇ ଲଭ ୟୁ ନିଲମ ଲେଖା ଯାଇଛି । ଏହାସହ ଜଣେ ଯୁବତୀଙ୍କ ବାବଦରେ ମଧ୍ୟ ଉଲ୍ଲେଖ ରହିଛି । ଏବେ ପୋଲିସ ମାମଲାର ତଦନ୍ତ କରୁଛି ।

ଇନ୍ଦୋରର କନାଡିଆ ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏଠାରେ ମୁମ୍ବାଇରୁ ଇନ୍ଦୋର ଆସିଥିବା ପଙ୍କଜ କାମରେ ହୋଟେଲ ରୁମରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପଙ୍କଜ ମୁମ୍ବାଇରେ ରହୁଥିବା ବେଳେ ତାଙ୍କର ୪ଟି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ରହିଛି ।

ଆତ୍ମହତ୍ୟା ଖବର ପାଇବା ପରେ ପୋଲିସ ହୋଟେଲ ରୁମକୁ ଛାନଭିନ କରିଥିଲା । କୋଠରୀରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିଲା ପୋଲିସ । ଏଥିରେ ଜଣେ ଯୁବତୀଙ୍କ ବାବଦରେ କିଛି ଲେଖାଯାଇଥିଲା । ଏହାସହ ଆଇ ଲଭ୍ ୟୁ ନିଲମ ଉଲ୍ଲେଖ ରହିଥିଲା ।

ପଙ୍କଜଙ୍କ ଭାଇ କହିଛନ୍ତି ଯେ, ସେ ଗିନିଜ ବୁକରେ ମଧ୍ୟ ସ୍ଥାନ ପାଇଥିଲେ । ତାଙ୍କ ବିଜନେସ୍ ଭଲ ଚାଲିଥିଲା । ସେ ଇନ୍ଦୋର ଜଣେ ବିଧାୟକଙ୍କ ଝିଅଙ୍କ ବିବାହ କାର୍ଯ୍ୟକ୍ରମକୁ ଆସିଥିଲେ । ବିଳମ୍ବିତ ରାତ୍ରରେ ଦେହ ଭଲ ନଥିବା କହି ସେ ହୋଟେଲ ଚାଲି ଆସିଥିଲେ । ସକାଳେ ତାଙ୍କର ଝୁଲନ୍ତା ମୃତଦେହ ମିଳିବା ପରେ ପୋଲିସକୁ ଖବର ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.