୨୮ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ସାହସୀ ଏବଂ ସ୍ୱାଭିମାନୀ

Published By : Prameya-News7 Bureau | May 28, 2020 IST

ନୂଆଦିଲ୍ଲୀ ୨୮/୦୫ : ମେ ୨୮ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ କିପରି ଥାଏ ଜାଣନ୍ତୁ | ଆଜି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରଭାବ ଦେଖା ଦେଇଥାଏ | ଏମାନେ ଯେଉଁ କ୍ଷେତ୍ରରେ ରହିଲେ ମଧ୍ୟ ସଫଳତା ଏବଂ ଲୋକପ୍ରିୟତା ହାସଲ କରନ୍ତି | ଏମାନଙ୍କ ବ୍ୟକ୍ତିତ୍ୱ ପ୍ରଭାବଶାଳୀ ହୋଇଥାଏ |

{"id":277407,"width":584,"height":437,"sizeSlug":"large"}

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ୨୮ ଅଙ୍କର ମୂଳ ଅଙ୍କ ଯୋଡ଼ିଲେ ୧ ହୋଇଥାଏ | ୧ ଅଙ୍କ ସୂର୍ଯ୍ୟଙ୍କ ଅଙ୍କ ବୋଲି ବିଶ୍ୱାସ ରହିଛି | ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା ଏବଂ ଉର୍ଜାର କାରକ ବୋଲି କୁହାଯାଇଛି | ଆଜି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ହୃଦୟ ସଫା ଥାଏ ଏବଂ ଏମାନେ କାମରେ ହେଳା କରନ୍ତିନି | ଏମାନେ ଜୀବନ ସଫଳତା ହାସଲ କରିଥାନ୍ତି |

{"id":277409,"width":577,"height":323,"sizeSlug":"large"}

ସୂର୍ଯ୍ୟଙ୍କ ପ୍ରଭାବ କାରଣରୁ ଏମାନେ ଦେଖିବାକୁ ମଧ୍ୟ ଆକର୍ଷଣୀୟ ହୋଇଥାନ୍ତି | ଏମାନଙ୍କ କଥାରେ ଏକ ପ୍ରକାର ପ୍ରଭାବ ରହିଥାଏ ଯାହା ସାମ୍ନାଵାଲାକୁ ନିଜ ଆଡକୁ ଆକୃଷ୍ଟ କରିଥାଏ | ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଇଛା ଥାଏ | ଆଉ କାହା ଅଧୀନରେ କାମ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ | ସ୍ୱଭାବରେ ଏମାନେ ସଚ୍ଚୋଟ ହୋଇଥାନ୍ତି ଏବଂ ଅନ୍ୟମାନଙ୍କ ସହ ଵିଶ୍ଵାସଘାତ କରନ୍ତି ନାହିଁ | ଏମାନେ ସାଧାରଣତଃ ଜିଦ୍ଦୀ ହୋଇଥାନ୍ତି ଏବଂ ବେଳେବେଳେ ଅହଙ୍କାରୀ ମଧ୍ୟ ହୋଇଥାନ୍ତି | ଏମାନେ ନିଜ ସ୍ୱାଭିମାନ ଆଗରେ କେବେ ହାର ମାନନ୍ତି ନାହିଁ |

{"id":277411,"sizeSlug":"large"}

ଆଜିର ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଉ ଏକ ଖାସ ସ୍ୱଭାବ ରହିଥାଏ | ଏମାନେ ନିଜ କଥାକୁ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ କହିଥାନ୍ତି | ଅନ୍ୟମାନେ ଏମାନଙ୍କ କଥାକୁ ଖୁବ ଧ୍ୟାନର ସହ ଶୁଣିଥାନ୍ତି | ଏମାନେ ନିଷ୍ପତ୍ତି ନେବାରେ କେବେ ବିଳମ୍ବ କରନ୍ତିନି | ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଅଜବ କ୍ଷମତା ରହିଥାଏ | ବିପଦ ସମୟରେ ଏମାନେ ସହଜରେ ଭୟଭୀତ ହୋଇନଥାନ୍ତି | ଏମାନେ ନିଜ ପ୍ରଶଂସା ଶୁଣିବାକୁ ବହୁତ ଭଲପାଆନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.