ନୀଳଗିରିରେ ୨୮ ଝାରଖଣ୍ଡି ହାତୀଙ୍କ ଉପଦ୍ରବ

Published By : Prameya-News7 Bureau | March 19, 2019 IST

ବାଲେଶ୍ଵର ୧୯/୩ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳକୁ ୨୮ ଟି  ଝାଡ଼ଖଣ୍ଡ ହାତୀ ପଶି ଆସିଛନ୍ତି। ଗତକାଲି ମଧ୍ୟ ରାତ୍ରରେ ବେତନଟୀ ରେଞ୍ଜ ପାରହୋଇ ଦୁର୍ଗାଦେବୀ ଦେଇ ସୋନନଦୀ ଦେଇ କାଠପାଳ ନିକଟରେ ପହଞ୍ଚିଥିଲେ।ଏହାପରେ ଅଯୋଧ୍ୟା ନିକଟ ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲ ରେ ପଶିଥିଲେ। ହାତୀ ଉପଦ୍ରବ ନେଇ ଅଂଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏବେ ଧାନ ଫସଲ ନଥିବାରୁ ଗାଁକୁ ହାତୀପଲ ପଶି ନଷ୍ଟ ହେବାର ଭୟ ଘାରିଛି।ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ଜଣାପଡିଛି।

{"id":94945}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.