ୟେ ହେଉଛନ୍ତି ୨୮ଜଣ ରାଜ୍ୟପାଳଙ୍କ ମଧ୍ୟରୁ ସବୁଠୁ କମ୍ ବୟସର ମହିଳା ରାଜ୍ୟପାଳ : ଜାଣନ୍ତୁ ତାଙ୍କ ବିଷୟରେ

Published By : Prameya-News7 Bureau | September 11, 2019 IST

ନୂଆଦିଲ୍ଲୀ ୧୧/୯: ଅଧିକାଂଶ ରାଜ୍ୟପାଳଙ୍କ ବୟସ ୭୦ବର୍ଷରୁ ୭୯ବର୍ଷ। ୨୯ଟି ରାଜ୍ୟର ୨୮ଜଣ ରାଜ୍ୟପାଳଙ୍କ ମଧ୍ୟରେ ଜଣଙ୍କର ବୟସ ୬୦ବର୍ଷରୁ କମ୍।

{"id":156128}

ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିବା ଟି.ସୌନ୍ଦରାଜନଙ୍କ ବୟସ ସବୁ ରାଜ୍ୟର ରାଜ୍ୟପାଳଙ୍କଠୁ କମ୍ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବି.ବି ହରିଚନ୍ଦନ(୮୫) ସବୁଠୁ ବୟସ୍କ ରାଜ୍ୟପାଳ। ୫୮ବର୍ଷ ବୟସ୍କା ସୌନ୍ଦରାଜନ୍ ତାମିଲନାଡ଼ୁର ପୂର୍ବତନ ଭାଜପା ମୁଖ୍ୟ ଏବଂ ପାର୍ଟିର ରାଷ୍ଟ୍ରୀୟ ସଚିବ ଥିଲେ।

{"id":156129}

ସେପ୍ଟେମ୍ବର ୧ତାରିଖରେ ରାଷ୍ଟ୍ରପତି ତାଙ୍କୁ ତେଲେଙ୍ଗାନାର ଦ୍ବିତୀୟ ରାଜ୍ୟପାଳ ଭାବେ ଘୋଷିତ କରିଥିଲେ। ୨୦୧୪ମସିହାରେ ଜୁନ୍ ୨ତାରିଖରେ ତେ​ଲେଙ୍ଗାନା ରାଜ୍ୟର ମାନ୍ୟତା ପାଇଲା। ଏହା ପୂର୍ବରୁ ଏହି ପଦରେ ଏସ୍ ଏଲ ନରସିହ୍ମମ୍ ଥିଲେ। ସୌନ୍ଦରାଜନ୍ ଏକମାତ୍ର ରାଜ୍ୟପାଳ ଯାହାଙ୍କ ବୟସ ୬୦ବର୍ଷରୁ କମ୍। ଆଉ ଜଣେ ଏପରି ରାଜ୍ୟପାଳ ଅଛନ୍ତି ଯାହାଙ୍କ ନାଁ ଆଚାର୍ଯ୍ୟ ଦେବବ୍ରତ। ତାଙ୍କୁ ୬୦ବର୍ଷ। ସେ ଚଳିତ ବର୍ଷ ଜୁଲାଇରୁ ଗୁଜୁରାଟରେ ରାଜ୍ୟପାଳ ଦାୟିତ୍ବ ସମ୍ଭାଳୁଛନ୍ତି।

{"id":156130}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.