୩୦ ବର୍ଷ ପରେ, ମହାନଦୀର ପ୍ରାକୃତିକ ପରିବେଶରେ ୨୮ ଘଡିଆଳ ଛୁଆ ଜନ୍ମ

Published By : Prameya-News7 Bureau | May 23, 2021 IST

ଅନୁଗୁଳ ୨୩।୦୫: ଦୀର୍ଘ ୩୦ ବର୍ଷ ପରେ ମହାନଦୀର ପ୍ରାକୃତିକ ପରିବେଶରେ ଜନ୍ମହେଲେ ୨୮ଟି ଛୁଆ ଘଡ଼ିଆଳ । ମା ସହ ଛୁଆ ଶାବକ ମାନେ ସାତକୋଶିଆର ବଳଦମରା ଠାରେ ଦେଖିବାକୁ ମିଳିଲା ଏହି ଅପୂର୍ବ ଦୃଶ୍ୟ ।

ଖବର ଅନୁଯାୟୀ, ଅନୁଗୁଳ ସାତକୋଶିଆର ମହାନଦୀ ଗଣ୍ଡରେ ଗୋଟିଏ ମା ଘଡ଼ିଆଳ କୁମ୍ଭୀର ସହ ୨୮ଟି ଛୁଆ(ଶାବକ) ଘଡ଼ିଆଳ ପାଣିରେ ଖେଳୁଥିବା ଦେଖିବାକୁ ମିଳିଛି । ବନ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ମହାନଦୀର ବଳଦମରା ଠାରେ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ୩୦ ବର୍ଷ ପରେ ପୁଣିଥରେ ଘଡ଼ିଆଳ ବଂଶ ବୃଦ୍ଧିକୁ ନେଇ ଖୁସି ହୋଇଛନ୍ତି । ଏହା କେବଳ ସମ୍ଭବ ହୋଇଛି ପ୍ରାକୃତିକ ପରିବେଶ ସନ୍ତୁଳନ ଯୋଗୁଁ ବୋଲି ସାତକୋଶିଆ ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.