Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋଲିଲା ଆଉ ୪ଟି ଗେଟ୍, ହୀରାକୁଦରୁ ମୋଟ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

16/09/2021 at 12:08 PM

ସମ୍ବଲପୁର ୧୬।୦୯ : ଉପରମୁଣ୍ଡରେ ଲଗାଣ ବର୍ଷା । ଯାହାଫଳରେ ହୀରାକୁଦରେ ଏବେ ଜଳସ୍ତର ବଢିବାର ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟ୍‌ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ଆଉ ୪ଟି ଗେଟ୍‌ ଖୋଲାଯାଇଛି । ମୋଟ ୨୮ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍ପାସନ ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ୨୮ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ମଧ୍ୟରୁ ୪ ଲକ୍ଷ ୨୩ ହଜାର ୦୮୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ୬୨୮.୩୯ ଫୁଟ ଜଳସ୍ତର ରହିଛି ।

୨୮ଟି ଗେଟ ଖୋଲାଥିବାରୁ ସମ୍ବଲପୁର ସହରର ମଣ୍ଡଳିଆ ଅଂଚଳରେ ପାଣି ପଶିବା ଆରମ୍ଭ କଲାଣି । ଏହା ସହ ଲୋକଙ୍କୁ ଥଇଥାନ ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ ସାହୁ ସୂଚନା ଦେଇଛନ୍ତି ।

   Related Posts