Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଉପରେ ମୁଣ୍ଡରେ ପ୍ରବଳ ବର୍ଷା, ହୀରାକୁଦରେ ଖୋଲିଲା ଆଉ ୮ଟି ଗେଟ୍‌, ମୋଟ ୨୮ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

15/09/2021 at 8:11 PM

ସମ୍ୱଲପୁର, ୧୫/୦୯: ଉପରେ ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବଢ଼ିବାରେ ଲାଗିଛି । ଆଜି ସକାଳ ସୁଦ୍ଧା ଡ୍ୟାମ୍‌ର ୨୦ଟି ଗେଟ୍‌ ଖୋଲା ଯାଇଥିବା ବେଳେ ବର୍ତ୍ତମାନ ଆଉ ୮ଟି ଗେଟ୍‌ ଖୋଲାଯାଇଥିବା ସୂଚନା ମିଳିଛି । ଏବେ ୨୮ଟି ଗେଟ୍‌ ଜରିଆରେ ଡ୍ୟାମ୍‌ର ଜଳ ନିଷ୍କାସନ କରାଯାଉଛି । ପ୍ରତି ସେକେଣ୍ଡ୍‌ରେ ୩ ଲକ୍ଷ ୧୯ ହଜାର ୧୩୧ କ୍ୟୁସେକ୍‌ ଜଳ ଡ୍ୟାମ୍‌ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଅନ୍ୟପଟେ ୪ ଲକ୍ଷ ୭୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେବା ନେଇ ସୂଚନା ମିଳିଛି ।   

ସୂଚନା ଥାଉକି, ସକାଳେ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲାଯାଇଥିଲା । ମଙ୍ଗଳବାର ୬ଟି ଗେଟ୍ ଖୋଲିଥିବା ବେଳେ ବୁଧବାର ୧୨ଟି ଗେଟ୍ ଖୋଲାଯାଇଥିଲା । ବର୍ତ୍ତମାନ ମୋଟ୍ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୩୦ ଫୁଟ ଉପରେ ଜଳସ୍ତର ରହିଛି ।

   Related Posts