୨୮ ସିଆରପିଏଫ ଯବାନ କରୋନା ସଂକ୍ରମିତ, କାଶ୍ମୀରରେ ଥିଲେ ମୁତୟନ

Published By : Prameya-News7 Bureau | June 11, 2020 IST

ଶ୍ରୀନଗର ୧୧।୬: କାଶ୍ମୀରରେ ମୁତୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍)ର ୨୮ ଯବାନ ବୁଧବାର ଦିନ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଜୁନ୍ ୬ ତାରିଖରେ କରୋନାରେ ୪୪ ବର୍ଷ ବୟସ୍କ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ବେଳେ ଏହି କର୍ମଚାରୀମାନେ ସଂକ୍ରମିତ ଥିବା ଜଣାପଡିଛି ।

ଅଧିକାରୀ କହିଛନ୍ତି ଯେ, କାଶ୍ମୀରରେ ବୁଧବାର ଦିନ ୨୮ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନେ ସିଆରପିଏଫର ୯୦ତମ ବାଟାଲିୟନ ରହିଛନ୍ତି । ଯେଉଁ ବାଟାଲିୟନର ଜଣେ କନେଷ୍ଟବଳ ସଂକ୍ରମିତ ହୋଇ ଜୀବନ ହରାଇଛନ୍ତି । ସେ କହିଛନ୍ତି ଯେ, ସମସ୍ତ ସଂକ୍ରମିତ ଯବାନଙ୍କୁ ଆଇସୋଲେଟ୍ କରାଯାଇଛି । କେତେକଙ୍କ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯବାନମାନଙ୍କୁ କୁହାଯାଇଛି ଯେ ଯଦି ସେମାନେ କୋଭିଡ୍-୧୯ ମହାମାରୀର ଲକ୍ଷଣ ଅନୁଭବ କରନ୍ତି ତେବେ ସେମାନେ ସଙ୍ଗେ ସଙ୍ଗେ ଏହାର ସୂଚନା ପ୍ରଦାନ କରନ୍ତୁ ।

କରୋନା ଭାଇରସ୍ ଯୋଗୁଁ ୪ ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ତଥ୍ୟ ଅନୁସାରେ କରୋନା ଭାଇରସ୍ ଦ୍ବାରା ୫୧୬ ଯବାନ ସଂକ୍ରମିତ ହୋଇଥିବା ବେଳେ ୩୫୩ ଯବାନ ସୁସ୍ଥ ହୋଇଛନ୍ତି । ସିଆରପିଏଫର ବିଭିନ୍ନ ୟୁନିଟ୍ ରୁ ବୁଧବାର ଦିନ କରୋନା ଭାଇରସ୍ ସଂକ୍ରମଣର ୭ ଅନ୍ୟ ମାମଲା ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.