ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

Published By : Prameya-News7 Bureau | October 29, 2020 IST

ରାଉରକେଲା ୨୯।୧୦: ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ । ୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ନୋଟିସ୍‌ ଜାରି କରାଯାଇଛି । କଟକ ସେଣ୍ଟ୍ରାଲ ଜିଏସ୍‌ଟି କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ଖବର ଅନୁଯାୟୀ, ରାଉରକେଲା ପୁଣି ଜିଏଟି ଠକେଇ ଅଭିଯୋଗ ଆସିଛି । ଏଥର ୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ନୋଟିସ୍ ଜାରି କରିଛି କଟକ ସେଣ୍ଟ୍ରାଲ ଜିଏସ୍‌ଟି କାର୍ଯ୍ୟାଳୟ । ରାଉରକେଲା ସେକ୍ଟର-୨୦ ସି ବ୍ଲକ କ୍ବାଟର୍‌ ନଂ-୧୭ରେ ରହୁଥିବା ରାଜେନ୍ଦ୍ର ପଲେଇଙ୍କୁ ନୋଟିସ୍ ହୋଇଛି । ତେବେ ରାଜେନ୍ଦ୍ର ବୃତ୍ତିରେ ଜଣେ ଡ୍ରାଇଭର । ଆର୍‌.ପି ଏଣ୍ଟରପ୍ରାଇଜେସ୍‌ ନାଁ ରେ ଫେକ କମ୍ପାନୀ ଖୋଲି ଫେକ ଇନଭଏସ, ଫେକ ବିଲ କରି ଠକେଇ ହୋଇଛି । ପାଖାପାଖି  ୨୮ କୋଟି ଟଙ୍କା ଠକେଇ ହୋଇଥିବା  ଅଭିଯୋଗ ଆସିଛି । ତେବେ ନୋଟିସ ସଂପର୍କରେ ରାଜେନ୍ଦ୍ରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ଗତି କିଛି ଦିନ ମଧ୍ୟରେ ରାଉରକେଲାରେ ଜିଏସ୍‌ଟି ଠକେଇର ଅନେକ ମାମଲା ସାମ୍ନାକୁ ଆସିଛି । ଅନେକ ଅଫିସ, ଘରେ ରେଡ୍‌ କରାଯାଇଥିବା ବେଳେ ଅନେକଙ୍କୁ ମଧ୍ୟ ଜିଏସ୍‌ଟି ଠକେଇ ଅଭିଯୋଗରେ ରେଡ଼୍ କରାଯାଉଛି । ଘଟଣାରେ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.