ଖୁସି ଖବର: ୨୬.୬୪ ଲକ୍ଷ କରଦାତାଙ୍କୁ ମିଳିଲା ୮୮,୬୫୨ କୋଟି ଟଙ୍କାର ଇନକମ ଟ୍ୟାକ୍ସ ରିଫଣ୍ଡ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮: ଆୟକର ବିଭାଗ ଶୁକ୍ରବାର କହିଛି ବିଭାଗ ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୨୪ ଲକ୍ଷରୁ ଅଧିକ କରଦାତାଙ୍କୁ ୮୮,୬୫୨ କୋଟି  ଟଙ୍କାରୁ ଅଧିକ ରିଫଣ୍ଡ ଜାରି କରାଯାଇଛି। ଏଥିରୁ ୨୩.୦୫ ଲକ୍ଷ କରଦାତାଙ୍କ ପାଇଁ ୨୮,୧୮୦ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର ଜାରି କରାଯାଇଥିବା ବେଳେ ୧.୫୮ ଲକ୍ଷରୁ ଅଧିକ କରଦାତାଙ୍କ ପାଇଁ ୬୦,୪୭୨ କୋଟି ଟଙ୍କାର କର୍ପୋରେଟ୍ ଟ୍ୟାକ୍ସ ଜାରି କରାଯାଇଛି।

ଆୟକର ବିଭାଗ ଟ୍ଵିଟ୍ କରିଛି ସିବିଡିଟି ୨୦୨୦ ଏପ୍ରିଲ ୧ରୁ ଏ ପର୍ଯ୍ୟନ୍ତ ୨୪.୬୪ ଲକ୍ଷରୁ ଅଧିକ କରଦାତାଙ୍କୁ ୮୮,୬୫୨ କୋଟି ଟଙ୍କାରୁ ଅଧିକ ରିଫଣ୍ଡ ଜାରି କରିଛି। ମୋଟ୍ ୨୩,୦୫,୭୨୬ ମାମଲାରେ ୨୮,୧୮୦ କୋଟି ଟଙ୍କାର ଆୟକର ରିଫଣ୍ଡ ଜାରି କରାଯାଇଛି ଓ ୧,୫୮,୨୭୮୦ ମାମଲାରେ ୬୦,୪୭୨ କୋଟି ଟଙ୍କାର କର୍ପୋରେଟ୍ ରିଫଣ୍ଡ ଜାରି କରାଯାଇଛି।

କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ବ୍ୟକ୍ତିଗତ ଆୟକର ଓ କର୍ପୋରେଟ୍‌ କର ବ୍ୟବସ୍ଥାର ସଞ୍ଚାଳନ କରିଥାଏ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଆତ୍ମ ନିର୍ଭର ଭାରତ ଅଭିଯାନର ଘୋଷଣା ପରେ ରିଫଣ୍ଡ ଜାରି କାମ ଜାରି ରହିଛି।

ସୀତାରମଣ କହିଛନ୍ତି ଆମେ ରିଫଣ୍ଡରେ ବିଳମ୍ବ କରୁନୁ। ଆମେ ଆପଣଙ୍କର ରିଫଣ୍ଡକୁ ଶୀଘ୍ର ଏଥିପାଇଁ ଜାରି କରୁଛୁ କାରଣ ଏହି ସମୟରେ ଆପଣଙ୍କୁ ଅର୍ଥର ଆବଶ୍ୟକତା ରହିଛି ଏବଂ ଏହା ଆପଣଙ୍କ ପାଖରେ ପହଞ୍ଚିବା ଉଚିତ୍।

ମେ ମାସରେ ଏତେ ଲୋକଙ୍କୁ ମିଳିଲା ରିଫଣ୍ଡ

ସିବିଡିଟି ମେ ୧୬ରେ ସମାପ୍ତ ସପ୍ତାହରେ ୩୭,୫୩୧ ଆୟକରଦାତାଙ୍କୁ ୨,୦୫୦.୬୧ କୋଟି ଟଙ୍କାର  ରିଫଣ୍ଡ ଜାରି କରିଥିଲା। ଏହି ପରି କର୍ପୋରେଟ୍ କରଦାତାଙ୍କୁ ୮୬୭.୬୨ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଥିଲ। ଅପରପକ୍ଷେ ମେ ୨୧ ସମାପ୍ତ ସପ୍ତାହ ଅର୍ଥାତ ମେ ୧୭ରୁ ମେ ୨୧ ମଧ୍ୟରେ ୧,୨୨,୭୬୪ ଆୟକରଦାତାଙ୍କୁ ୨,୬୭୨.୯୭ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି। ସେହି ପରି ୩୩,୭୭୪ କର୍ପୋରେଟ୍ କରଦାତାଙ୍କୁ ୬,୭୧୪.୩୪ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.