Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ଯନ୍ତ୍ରଣାରେ ଭଲ ଖବର: ୨୪ ଘଣ୍ଟାରେ ସୁସ୍ଥ ହେଲେ ୨୭୮୭, ରାଜ୍ୟରେ ୧ ଲକ୍ଷ ଟପିଲା ସଂକ୍ରମଣରୁ ସୁସ୍ଥଙ୍କ ସଂଖ୍ୟା

8/09/2020 at 7:50 PM

ଭୁବନେଶ୍ଵର ୦୮।୦୯:  ରାଜ୍ୟରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ଟେଷ୍ଟିଂ ସଂଖ୍ୟା କମିଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅଗଷ୍ଟ ମାସ ତୂଳନାରେ ସେପ୍ଟେମ୍ବର ମାସରେ କରୋନା ଦହଗଞ୍ଜ ବଢିବାରେ ଲାଗିଛି। ଏହି ସବୁ ମଧ୍ୟରେ ଓଡିଶା ପାଇଁ ଆସିଛି ଆଶ୍ଵସ୍ତିକର ଖବର। କରୋନା କାଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ଲକ୍ଷେ  ଟପିଛି। ଗତ ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ୨୭୮୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ଲକ୍ଷେ ଟପି ଏକ ଲକ୍ଷ ୨ ହଜାର ୧୮୫ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୫ କରୋନାରୁ ଆରୋଗ୍ୟଲାଭ କରିଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୫ ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି। ସେହି ପରି କଟକ ଜିଲ୍ଲାରୁ ୨୩୦, ପୁରୀରୁ ୧୯୨, ମୟୂରଭଞ୍ଜରୁ ୧୫୩, ଗଞ୍ଜାମ ଜିଲ୍ଲାରୁ ୧୧୫, ବାଲେଶ୍ଵରରୁ ୭୮, କେନ୍ଦୁଝରରୁ ୭୬, ବରଗଡରୁ ୭୫, ଯାଜପୁରରୁ ୬୮, କୋରାପୁଟରୁ ୬୮, ଜଗତସିଂହପୁରରୁ ୬୪, ସମ୍ବଲପୁରରୁ ୬୨ ଓ ଭଦ୍ରକରୁ ୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହି ପରି ଝାରସୁଗୁଡାରୁ ୫୦, ନବରଙ୍ଗପୁରରୁ ୪୫, ମାଲକାନଗିରିରୁ ୪୧, ସୋନପୁରରୁ ୩୬, ଢେଙ୍କାନାଳରୁ ୩୫, ବଲାଙ୍ଗିରରୁ ୨୮, କନ୍ଧମାଳରୁ ୨୮, ନୂଆପଡାରୁ ୨୫, ସୁନ୍ଦରଗଡରୁ ୨୩, କଳାହାଣ୍ଡିରୁ ୧୮, ରାୟଗଡାରୁ ୧୮, ଗଜପତିରୁ ୧୭, କେନ୍ଦ୍ରାପଡାରୁ ୧୫, ନୟାଗଡରୁ ୧୨, ଅନୁଗୁଳରୁ ୯ ଓ ବୌଦ୍ଧରୁ ୭ ଜଣ ରୋଗୀ କରୋନା ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ୩୪୯୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨କୁ ବୃଦ୍ଧି ଘଟିଛି। ୧୩ ଜଣଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୯ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶି ରାଜ୍ୟରେ ଅଦ୍ୟାବଧି ଆରୋଗ୍ୟଙ୍କ ସଂଖ୍ୟା ଲକ୍ଷେ ଟପି ୧ ଲକ୍ଷ ୨ ହଜାର ୧୮୫ରେ ପହଞ୍ଚିଛି।

   Related Posts