ରାଜସ୍ଥାନରେ ବନ୍ଦ ହୋଇଗଲା ୨୭୩ ପେଟ୍ରୋଲ ପମ୍ପ! ତଥାପି ଭାଟ୍ ଛାଡ କରୁନାହାନ୍ତି ରାଜ୍ୟ ସରକାର

Published By : Prameya-News7 Bureau | November 06, 2021 IST

ଜୟପୁର ୬।୧୧: ଦେଶରେ ସବୁଠୁ ମହଙ୍ଗା ଦରରେ ପେଟ୍ରୋଲ ଓ ଡିଜେଲ ରାଜସ୍ଥାନରେ ବିକ୍ରି ହେଉଛି। ଦେଶରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ହେବାର ଅନେକ ପୂର୍ବରୁ ଶ୍ରୀଗଙ୍ଗାନଗରରେ ଦର ରେକର୍ଡ ଭାଙ୍ଗିଥିଲା। ଉଚ୍ଚ ଦର ଯୋଗୁ କାରବାର ନଥିବାରୁ ରାଜସ୍ଥାନରେ ଅନେକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ନିକଟରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟ ଭାଟ୍ ଶୁଳ୍କ ହ୍ରାସ କରି ଦରକୁ ନିୟନ୍ତ୍ରିତ କରିଛନ୍ତି। ହେଲେ ରାଜସ୍ଥାନରେ ୨୭୩ ପେଟ୍ରୋଲ ପମ୍ପ ବନ୍ଦ ହେବା ପରେବି ଅଶୋକ ଗେହଲୋଟ ସରକାର ଭାଟ ହ୍ରାସ କରୁ ନାହାନ୍ତି।

{"id":539718,"width":839,"height":471,"sizeSlug":"full","linkDestination":"none"}

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଏବେବି ପେଟ୍ରୋଲ ୧୧୬ଟଙ୍କା ୩୫ ପଇସା ପ୍ରତି ଲିଟର ଦରରେ ବିକ୍ରି ହେଉଛି। ରାଜ୍ୟ ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି ସୁନୀତ ବଗଇ ଓ ସାଧାରଣ ସମ୍ପାଦକ ରାଜେନ୍ଦ୍ର ସିଂହ ଭଟ୍ଟି ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲ ସବୁଠୁ ମହଙ୍ଗା ବୋଲି କହିଛନ୍ତି। ପଡୋଶୀ ରାଜ୍ୟରେ ପେଟ୍ରୋଲ ଡିଜେଲ ଶସ୍ତା ହେବା ଯୋଗୁ ରାଜସ୍ଥାନରେ ବିକ୍ରି କମ୍‌ ହୋଇ ହୋଇ ଏବେ ପୁରା ଠପ ହୋଇଗଲାଣି। ଗାଡି ପଡୋଶୀ ରାଜ୍ୟରୁ ଭରେଇ ଆଣୁଛନ୍ତି। ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ପେଟ୍ରୋଲ ଓ ଡିଜେଲ ଦର ରାଜସ୍ଥାନ ଅପେକ୍ଷାକୃତ କମ୍‌। ଏଣୁ ଗାଡି ସେହି ସବୁ ରାଜ୍ୟରୁ ବାହାରୁଥିବାରୁ ଟାଙ୍କି ଭରି ବାହାରୁଥିବା ସେମାନେ ଅଭିଯୋଗ କରିଛନ୍ତି।

{"id":539719,"sizeSlug":"full","linkDestination":"none"}

ରାଜ୍ୟର ସୀମାବର୍ତ୍ତି ଅଞ୍ଚଳରେ ଦର ତାରତମ୍ୟ ଯୋଗୁ ଶ୍ରୀଗଙ୍ଗାନଗର, ଝୁନଝୁନ, ଭରତପୁର, ହନୁମାନଗଡ଼ ଓ ଅଲୱରରେ ଅନେକ ଟାଙ୍କି ବନ୍ଦ ହୋଇଯାଇଛି। ଏଥିରେ ଯଦି ରାଜ୍ୟ ସରକାର ଶୁଳ୍କ ହ୍ରାସ ନ କରନ୍ତି ରାଜ୍ୟର ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ନ ହେବ ତାହା କହି ହେଉ ନାହିଁ ବୋଲି ସଭାପତି ଓ ସାଧାରଣ ସମ୍ପାଦକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.