Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ରାଜ୍ୟରେ ଶେଷ ହେବାରେ ଲାଗିଛି କରୋନା ପ୍ରକୋପ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୨୭୧ ସଂକ୍ରମିତ

5/01/2021 at 8:49 PM

ଭୁବନେଶ୍ଵର ୦୫।୦୧: ରାଜ୍ୟର କରୋନା ପ୍ରକୋପ ଶେଷ ହେବାକୁ ବସିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲା କରୋନା ମୁକ୍ତ ହେବାରେ ଲାଗିଛି। କରୋନାର ନୂତନ ରୂପ ଠାବ ପରେ ବି ଲୋକଙ୍କ ମନରେ ଆଉ ସଂକ୍ରମଣର ଭୟ ମଧ୍ୟ ନାହିଁ। ନୂତନ ଆକ୍ରାନ୍ତ ସଂଖ୍ୟା ମଧ୍ୟ ୨୦୦ ତଳକୁ ଖସିଲାଣି। ତା ତୂଳନାରେ ଅଧିକ ସଂଖ୍ୟାରେ ଲୋକେ ସୁସ୍ଥ ହେଉଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୨ଟି ଜିଲ୍ଲାରୁ ଆଉ ୨୭୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୭୭୮ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୩ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି କେନ୍ଦ୍ରାପଡା ଜିଲ୍ଲାରୁ ୩୧, ମୟୂରଭଞ୍ଜରୁ ୨୪, ବଲାଙ୍ଗୀରରୁ ୨୧, ଅନୁଗୁଳରୁ ୨୦, ସମ୍ବଲପୁରରୁ ୧୯, ଝାରସୁଗୁଡାରୁ ୧୮, ବାଲେଶ୍ଵରରୁ ୧୬, କଟକରୁ ୧୬, ଯାଜପୁରରୁ ୧୬, ଖୋର୍ଦ୍ଧାରୁ ୧୫, ବରଗଡରୁ ୯, କେନ୍ଦୁଝରରୁ ୯, ନୂଆପଡାରୁ ୪, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨, ନବରଙ୍ଗପୁରରୁ ୨, ରାୟଗଡାରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ  ୨, ରାୟଗଡାରୁ ୨, ଭଦ୍ରକରୁ ୧, ଜଗତସିଂହପୁରରୁ ୧ ଓ ସୋନପୁରରୁ ୧ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୬୯୦ରେ ପହଞ୍ଚିଛି। ସେହି ପରି ୨ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭ରେ ପହଞ୍ଚିଛି।

   Related Posts