ବହୁ ବର୍ଷ ପୂର୍ବେ କେବଳ ଧନୀ ଲୋକେ ବ୍ୟବହାର କରୁଥିଲେ ଶୌଚାଳୟ : ଇସ୍ରାଏଲ୍‌କୁ ମିଳିଲା ୨୭୦୦ ବର୍ଷ ତଳର ପୁରୁଣା ଶୌଚାଳୟ

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦:  ଆଜି ଠାରୁ ନୁହେଁ ବରଂ ଅନେକ ଶହ ବର୍ଷ ଧରି ଶୌଚାଳୟ ବ୍ୟବହାର କରାଯାଉଛି । ହେଲେ ଶତାବ୍ଦୀ ପୂର୍ବରୁ ସମସ୍ତଙ୍କ ପାଇଁ ଶୈଚାଳୟ ଦେବା ସେତେ ସମ୍ଭବ ନଥିଲା, ହେଲେ ଧନୀ ଲୋକମାନେ ବିଳାସପୂର୍ଣ୍ଣ ଶୈଚାଳୟ ବ୍ୟବହାର କରୁଥିଲେ। କିନ୍ତୁ ନିକଟରେ ଇସ୍ରାଏଲର ରାଜଧାନୀ ଜେରୁଜେଲମରେ ଏକ ଶୌଚାଳୟ ମିଳିଛି । ଯାହାକି ଏବେକା ନୁହେଁ କି ୫ବର୍ଷ ତଳର ନୁହେଁ ବରଂ ୨୭୦୦ ବର୍ଷ ପୁରୁଣା । ଏହି ଶୌଚାଳୟରେ ଆରାମ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯାଇଛି ।

wp:gallery {"ids":[523606],"linkTo":"none"} /wp:gallery

ଇସ୍ରାଏଲର ପ୍ରତ୍ନତତ୍ବବିତଙ୍କ ଦ୍ବାରା ମିଳିଥିବା ଏହା ସମସ୍ତଙ୍କୁ ଚକିତ କରି ଦେଇଛି । ୨୭୦୦ ବର୍ଷ ପୁରୁଣା ବିରଳ ଶୌଚାଳୟର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଫଟୋରେ ଏହା ଦେଖିବାକୁ ମିଳେ ଯେ ପଥରରେ ନିର୍ମିତ ଏହି ଶୈଚାଳୟରେ ଶୈଚ  ପାଇଁ ଏକ ଛିଦ୍ର ଅଛି ଏବଂ ପଛ ସିଟ୍ ନେବାକୁ ଏକ ପଥର ସହାୟତା ଦିଆଯାଇଛି । ତେବେ ପ୍ରତ୍ନତତ୍ତ୍ବବିତ୍‌ଙ୍କ ଅନୁଯାୟୀ, ଏହି ଶୌଚାଳୟ ସେତେବେଳେ ୟରୁଶଲମରେ ବିଳାସର ପ୍ରତୀକ ଥିଲା।

wp:gallery {"ids":[523604],"linkTo":"none"} /wp:gallery

ଏନେଇ ଇସ୍ରାଏଲ୍ ପ୍ରାଚୀନ ପ୍ରାଧିକରଣ ସୂଚନା ଦେଇଛି ଯେ ଏହି ଶୈଚାଳୟ ଚୂନ ପଥରରେ ନିର୍ମିତ, ଯାହା ଅତି ସୁନ୍ଦର ଭାବରେ ଖୋଦିତ ହୋଇଛି । ଏହି ଶୈଚଳାୟ ତିଆରି କରିବା ସମୟରେ ଆରାମ ଦାୟକ ପାଇଁ ବିଶେଷ ଧ୍ୟାନ ଦିଆଯାଏ। ତେବେ ଏହା ଉପରେ ବସିବା ପାଇଁ ଏକ ଆରାମଦାୟକ ଏବଂ ବିଳାସପୂର୍ଣ୍ଣ ଅନୁଭବ ଦେଇଥାଏ ।

{"id":523605,"width":809,"height":456,"sizeSlug":"full","linkDestination":"none"}

ଖନନ କରିଥିବା ଦଳର ନିର୍ଦ୍ଦେଶକଙ୍କ ଅନୁଯାୟୀ ଅତୀତରେ ଏହି ଶୈଚାଳୟ ବିରଳ ଓ ଦୁର୍ଲଭ ହୋଇଥିଲା । ସେତେବେଳେ କେବଳ ଧନୀ ଲୋକମାନେ ଏହିପରି ଶୈଚାଳୟ ନିର୍ମାଣ କରିବାରେ ସକ୍ଷମ ହୋଇଥିଲେ। ଏହାର ପ୍ରମାଣ ମଧ୍ୟ ମିଳିଥାଏ ଯେ ପ୍ରତ୍ନତ୍ତ୍ବବିତ୍‌ମାନେ ଏପରି କିଛି ଜିନିଷ ପାଇଛନ୍ତି ଯାହା ଦର୍ଶାଏ ଯେ ସେହି ସମୟର ଲୋକମାନେ ବହୁତ ଧନୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.