ଆଫଗାନିସ୍ତାନ ଜେଲ୍ ଉପରେ ଆଇଏସ୍‌ଆଇଏସ୍ ଆକ୍ରମଣ : ହଜାରେ କଏଦୀ ପୁଣି ଗିରଫ, ୨୭୦ ଏବେବି ଫେରାର

Published By : Prameya-News7 Bureau | August 05, 2020 IST

ଜଲାଲବାଦ ୫।୮: ଆଫଗାନିସ୍ତାନ ଜଲାଲବାଦ ଜେଲ୍ ରେ ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୨୯ ଜଣ ପ୍ରାଣ ହରାଇଥିଲେ । ଆକ୍ରମଣ ପରେ ଅଧିକାଂଶ ଅନ୍ତେବାସୀ ଜେଲରୁ ଫେରାର ହୋଇଯାଇଛନ୍ତି । ଜେଲ୍ କର୍ତ୍ତୃପକ୍ଷ ପ୍ରାୟ ୨୭୦ ଜଣ ଅନ୍ତେବାସୀଙ୍କୁ ଖୋଜୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇଏସ୍ଆଇଏସ୍ ସଦସ୍ୟ ଅଛନ୍ତି । ଯେଉଁମାନେ ଜେଲ୍ ରେ ଆକ୍ରମଣ ପରେ ଖସି ପଳାଇଛନ୍ତି ।  

ରବିବାର ଅପରାହ୍ନରେ ଜଲାଲବାଦ ସ୍ଥିତ ଜେଲ୍ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ । ଏହି ସମୟରେ ଅତି କମରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଜେଲରେ ଥିବା ୧୩,୦୦ରୁ ଅଧିକ ଅନ୍ତେବାସୀ ଖସିଯିବାକୁ ଚେଷ୍ଟା କରିଥିଲେ ।

ନାମ ଗୋପନ ରଖିବା ସର୍ତ୍ତରେ ଆଫଗାନିସ୍ତାନର ଜଣେ ବରିଷ୍ଠ ଅଧିକାରୀ AFPକୁ ଏହା କହିଛନ୍ତି । ସୁରକ୍ଷାକର୍ମୀଙ୍କ ତଲାସୀ ବେଳେ କିଛି କଏଦୀ ଧରାପଡିଥିବା ବେଳେ ଅନ୍ୟ କିଛି ଆତ୍ମସମର୍ପଣ କରିଥିଲେ । ଅଧିକାରୀ କହିଛନ୍ତି ଯେ ପ୍ରାୟ ୨୭୦ ଜଣ କଏଦୀ ଏପର୍ଯ୍ୟନ୍ତ ଫେରାର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.