କଟକରୁ ୨୭୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | November 26, 2021 IST

କଟକ ୨୬।୧୧: କଟକରୁ ପୁଣି ଜବତ ହେଲା ବ୍ରାଉନସୁଗାର । କଟକ ଲାଲବାଗ ଅଞ୍ଚଳରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । କଟକ ଲାଲବାଗ ଥାନା ଅଞ୍ଚଳରୁ ପୋଲିସ ବ୍ରାଉନସୁଗାର ଜବତ କରିଛି । କାରବାରରେ ସଂପୃକ୍ତ ରାଜା ବସ୍ତିଆକୁ ଗିରଫ କରିଛି ପୋଲିସ ।

ଜଗତସିଂହପୁରରୁ ବ୍ରାଉନସୁଗାର ଆଣି କଟକରେ ବେପାର କରୁଥିଲା ରାଜା । ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଗତ ଏକ ବର୍ଷ ଭିତରେ କଟକ ସହରରୁ ପ୍ରାୟ ୫ କେଜି ବ୍ରାଉନସୁଗାର ଜବତ କରାଯାଇ ସାରିଲାଣି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.