Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବଦଳିଲା ୨୭ ବର୍ଷ ପୁରୁଣା ନିୟମ : ୭ମ ବେତନ କମିଶନ ପରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

8/02/2019 at 5:54 PM

ଦିଲ୍ଲୀ ୮/୨ : ସେୟାର ବଜାରରେ ପୁଞ୍ଜି ନିବେଶ କ୍ଷେତ୍ରରେ ଅମଲାମାନଙ୍କ ପାଇଁ ୨୭ ବର୍ଷ ଧରି ରହିଥିବା ନିୟମ ଓ କଟକଣାକୁ ମୋଦି ସରକାର ବଦଳାଇବା ସହ କୋହଳ କରିଛନ୍ତି | ୧୯୯୨ ମସିହାରେ ଏହି ନିୟମ ଆରମ୍ଭ ହୋଇଥିଲା | ଏହି ନିୟମ ଅନୁଯାୟୀ, ଗ୍ରୁପ ଏ ଏବଂ ବିର ଅଧିକାରୀ ସେୟାର, ଡିବେଂଚୁଏର ବା ମ୍ୟୁଚୁଆଲ ଫଣ୍ଡରେ ଯଦି ୫୦ ହଜାର କିମ୍ବା ତା’ଠାରୁ ଅଧିକ ବିନିଯୋଗ କରନ୍ତି ତା’ହେଲେ ତାଙ୍କୁ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବାକୁ ହେବ | କିନ୍ତୁ ନୂଆ ନିୟମ ଅନୁଯାୟୀ ଏହାର ସୀମାକୁ ବଢ଼ାଇ ଦିଆଯାଇଛି | ଏହି ରାଶିରେ ଏବେ ୫ ଗୁଣ ବୃଦ୍ଧି ହୋଇଛି | ସି ଏବଂ ଡି ଗ୍ରୁପର ଅଧିକାରୀଙ୍କ ପାଇଁ ଏହି ସୀମା ୨୫ ହଜାର ଟଙ୍କା ରହିଛି |


ସରକାରଙ୍କ ଏହି ନୂଆ ନିୟମ ଆସିବାପରେ ଗ୍ରୁପ ଏ ଏବଂ ବି ର ଅଧିକାରୀ ନିଜର ୬ ମାସର ଦରମା ସେୟାର ବଜାରରେ ଲଗାଇ ପାରିବେ | ସପ୍ତମ ବେତନ କମିଶନ ଲାଗୁ ହେବାପରେ ଏସବୁ ସମ୍ଭବ ହୋଇଛି | ସପ୍ତମ ବେତନ କମିଶନ ଲାଗୁ ହେବାପରେ ଅଧିକାରୀଙ୍କ ଦରମା କେତେ ଗୁଣ ବୃଦ୍ଧି ହୋଇଛି |


ସେୟାର ବଜାରରେ ବିନିଯୋଗ ପରେ ମଧ୍ୟ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବାକୁ ହେବ | ଇକୋନୋମିକ୍ସ ଟାଇମ୍ସର ଖବର ଅନୁଯାୟୀ, ଏହି ସୂଚନା ସରକାରଙ୍କ ନୋଟିଫିକେସନରେ ଜାରି କରାଯାଇଛି |


କ’ଣ ରହିଛି କେନ୍ଦ୍ର କର୍ମଚାରୀଙ୍କ ଦାବି :

କେନ୍ଦ୍ର ସରକାରଙ୍କ ତଳିଆ କର୍ମଚାରୀ ନିଜର ପୁରା ଦରମା, ୧୮ ହଜାର ଟଙ୍କାରୁ ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି | ବର୍ତ୍ତମାନ କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ପୂର୍ବରୁ କେବଳ ସ୍କେଲ ୫ ପର୍ଯ୍ୟନ୍ତ କର୍ମଚାରୀଙ୍କ ଫିଟମେଣ୍ଟ ଫେକ୍ଟର ବଢ଼ାଇ ପାରନ୍ତି |


ଏଜି ଅଫିସ ସିଭିଲ ଆକାଉଣ୍ଟସ ବ୍ରଦରହୁଡ଼ର ପୂର୍ବତନ ଅଧ୍ୟକ୍ଷ ହରିଶଙ୍କର ତିୱାରୀ କହିଛନ୍ତି ଯେ, ସପ୍ତମ ବେତନ କମିଶନ ଲାଗୁ ହେବାପରେ ଅଫିସରଙ୍କ ତୁଳନାରେ ତଳିଆ କର୍ମଚାରୀଙ୍କ ଦରମା ବହୁତ କମ ବୃଦ୍ଧି ହୋଇଛି | ତଳିଆ ସ୍ଥରର କର୍ମଚାରୀଙ୍କ ଫିଟମେଣ୍ଟ ଫେକ୍ଟର ଖୁବ ଶୀଘ୍ର ବଢାଇବା ପାଇଁ ସରକାର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ହରିଶଙ୍କର ତିୱାରୀ |

   Related Posts