ଅନଲାଇନ୍ କ୍ଲାସ୍ ପାଇଁ ୨୭ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍ କିମ୍ବା ଲାପଟପ୍

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ ୨୦/୦୮ : କରୋନା ମହାମର ଯୋଗୁଁ ଛାତ୍ରଛାତ୍ରୀଙ୍କ ଅନଲାଇନ କ୍ଲାସ ହେଉଛି | ଅନଲାଇନ କ୍ଲାସ ପାଇଁ ୨୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ କିମ୍ବା ଲାପଟପ ନାହିଁ | ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦର ଏକ ସର୍ବେକ୍ଷଣରେ ଏହି ତଥ୍ୟ ସାମ୍ନାକୁ ଆସିଛି | ସର୍ବେକ୍ଷଣରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ସିବିଏସସି ସମ୍ବନ୍ଧୀୟ ସ୍କୁଲଗୁଡିକର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ସମେତ ୩୪ ହଜାର ଲୋକ ଅଂଶଗ୍ରହଣ କରିଥିଲେ | ଅନଲାଇନ ଶିକ୍ଷାର ପୁରା ପ୍ରକ୍ରିୟା ଶିକ୍ଷକ ଜାଣିନଥିବା ତଥା ଉପକରଣର ଉପଯୋଗ ଜାଣିନଥିବାରୁ ଅନଲାଇନ ପଠନରେ ବାଧା ଉପୁଜୁଥିବା କୁହାଯାଇଥିଲା | ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ସଂରକ୍ଷଣ ଅନୁଯାୟୀ ୨୭ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ପାଠ ପଢା ପାଇଁ ସ୍ମାର୍ଟଫୋନ କିମ୍ବା ଲାପଟପ ନଥିବା କହିଥିଲେ |

{"id":317514,"sizeSlug":"large"}

ପ୍ରାୟ ୩୬ ପ୍ରତିଶତ ଛାତ୍ରଛାତ୍ରୀ ପାଠ୍ୟ ପୁସ୍ତକ ଏବଂ ତାଙ୍କ ପାଖରେ ଉପଲବ୍ଧ ପୁସ୍ତକ ଉପଯୋଗ କରୁଛନ୍ତି | ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ଲାପଟପ ଦ୍ୱିତୀୟ ସବୁଠାରୁ ପସନ୍ଦ ବିକଳ୍ପ | ମହାମାରୀ ସ୍ଥିତିରେ ପାଠ ପଢିବା ପାଇଁ ରେଡ଼ିଓ ଓ ଟେଲିଭିଜନ ସବୁଠାରୁ କମ ଉପଯୋଗ ହୋଇଛି | ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗାଯୋଗ ହୋଇପାରିନଥିବା ମଧ୍ୟ ପକ୍ଷକାର କହିଛନ୍ତି | ସର୍ବେକ୍ଷଣରେ କୁହାଯାଇଛି ଯେ, ପ୍ରାୟ ସମସ୍ତ ସମ୍ବନ୍ଧୀୟ ରାଜ୍ୟ ଶିକ୍ଷା ପ୍ରାପ୍ତ କରୁଥିବା ଶିକ୍ଷାର୍ଥୀଙ୍କ ପ୍ରଗତି ଉପରେ ନଜର ରଖିବାକୁ ଭୌତିକ କିମ୍ବା ନାଁ ଡିଜିଟାଲ ମାଧ୍ୟମର ଉପଯୋଗ କରନ୍ତି | ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷକ ଫୋନ ଉପଯୋଗ କରନ୍ତି | ସର୍ବେକ୍ଷଣରେ ପାଖାପାଖି ୫୦ ପ୍ରତିଶତ ଶିକ୍ଷାର୍ଥୀ କହିଥିଲେ ଯେ ସେମାନଙ୍କ ପାଖରେ ପାଠ୍ୟପୁସ୍ତକ ନାହିଁ | ତେବେ ଏନସିଆରଟି ୱେବସାଇଟଓ ଶିକ୍ଷା ପୋର୍ଟାଲରେ ଇ-ପୁସ୍ତକ ଉପଲବ୍ଧ | ପାଠ୍ୟପୁସ୍ତକ ସମ୍ବନ୍ଧରେ ଛାତ୍ରଛାତ୍ରୀ ସଚେତନ ନଥିବା ଜଣାପଡିଥିଲା | ଏହାର ଗୋଟିଏ କାରଣ ହେଲା ଶିକ୍ଷାର୍ଥୀ ପଢିବା ପାଇଁ ହାର୍ଡକପି ଉପଯୋଗ କରୁଛନ୍ତି | ତେବେ ଅନଲାଇନ ଶିକ୍ଷା ମାଧ୍ୟମରେ ଗଣିତ ପଠାଇବା କଷ୍ଟକର ବୋଲି ଶିକ୍ଷକ କହିଛନ୍ତି | କାରଣ ଗଣିତ ଅନେକ ପ୍ରକାର ସିଦ୍ଧାନ୍ତ ରହିଥାଏ | ଏଥିପାଇଁ ପିଲାଙ୍କ ସହ କଥାବାର୍ତ୍ତା ଏବଂ ତାଙ୍କ ଉପରେ ନଜର ରଖିବାକୁ ପଡିଥାଏ | ବିଜ୍ଞାନରେ ମଧ୍ୟ ସମାନ ସମସ୍ୟା ଦେଖା ଦେଇଛି | ବିଜ୍ଞାନରେ ମଧ୍ୟ ଅନେକ ପ୍ରକାର ସିଦ୍ଧାନ୍ତ ଓ ପ୍ରୟୋଗ ରହିଥାଏ | କିଛି ପ୍ରୟୋଗ କେବଳ ପ୍ରୟୋଗଶାଲାରେ ଶିକ୍ଷକଙ୍କ ଉପସ୍ଥିତିରେ ସମ୍ଭବ ବୋଲି ସର୍ବେକ୍ଷଣରେ କୁହାଯାଇଛି |

{"id":317515,"width":570,"height":535,"sizeSlug":"large"}

ଏନସିଆରଟି ସର୍ବେକ୍ଷଣ ଆଧାରରେ ଶିକ୍ଷା ମନ୍ତ୍ରାଳୟ ବିଦ୍ୟାର୍ଥୀଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି | ସମ୍ପ୍ରଦାୟ ସଦସ୍ୟ ଏବଂ ପଞ୍ଚାୟତିରାଜ ସଦସ୍ୟଙ୍କ ସହାୟତାରେ ସମୁଦାୟିକ କେନ୍ଦ୍ରରେ ହେଲ୍ପଲାଇନ ସେବା ସ୍ଥାପିତ କରାଯିବାର ଉପାୟ ରହିଛି | ପ୍ରଥମ ହେଲା, ଯଦି ବିଦ୍ୟାର୍ଥୀଙ୍କ ପାଖରେ କୌଣସି ଡିଜିଟାଲ ସଂସାଧନ ଉପଲବ୍ଧ ନାହିଁ |

{"id":317516,"width":568,"height":350,"sizeSlug":"large"}

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ କହିଛନ୍ତି ଯେ, ୩ ପ୍ରକାର ସ୍ଥିତି ପାଇଁ ଗାଇଡଲାଇନ ଜାରି କରାଯାଇଛି | ଦ୍ୱିତୀୟରେ, ଯଦି ବିଦ୍ୟାର୍ଥୀଙ୍କ ପାଖରେ ସୀମିତ ସଂସାଧନ ଅଛି | ତୃତୀୟରେ, ଅନଲାଇନ ଶିକ୍ଷା ପ୍ରାପ୍ତ କରିବାକୁ ବିଦ୍ୟାର୍ଥୀଙ୍କ ପାଖରେ ଡିଜିଟାଲ ସଂସାଧନ ଉପଲବ୍ଧ | ମନ୍ତ୍ରୀ କହିଛନ୍ତି, ସ୍କୁଲ ସହ ମିଶି କାମ କରୁଥିବା ସମ୍ପ୍ରଦାୟ ଶିକ୍ଷକ ଓ ସ୍ୱୟଂସେବକ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ପଢାଇବା, ସମୁଦାୟିକ କେନ୍ଦ୍ରରେ ଟେଲିଭିଜନ ସ୍ଥାପିତ କରିବା ଏବଂ ସାମାଜିକ ଦୂରତା ମାନଦଣ୍ଡ ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.