କରୋନା ମୁକାବିଲା: ୭ଟି ପରେ ଆହୁରି ୨୭ ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ, କାଲିଠୁ କାର୍ଯ୍ୟକ୍ଷମ ହେବ ୧୪୪୧୦ ହେଲପ୍‌ ଲାଇନ୍ ନମ୍ବର

Published By : Prameya-News7 Bureau | April 07, 2020 IST

ଭୁବନେଶ୍ବର୭/୪: କରୋନା ସଂକ୍ରମଣ ସମୟରେ ସାଧାରଣ ରୋଗୀ ଯେଭଳି ସମସ୍ୟାରେ ନପଡନ୍ତୁ। ଏହାଦ୍ବାରା  କରୋନା ରୋଗୀଙ୍କୁ  କେବଳ କରୋନା ହସ୍ପିଟାଲରେ ହିଁ ଭର୍ତ୍ତି କରାଯିବ। ସେହିପରି ୯ ତାରିଖରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। କରୋନା ଭୟରେ ସାଧାରଣ ରୋଗୀ ଏବେ ଡାକ୍ତରଖାନା ଯିବାକୁ ଡରୁଛନ୍ତି । ଅନ୍ୟ ରୋଗୀ  ଡାକ୍ତରଖାନା ଯିବାରେ କୌଣସି ସମସ୍ୟା ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

{"id":250536,"sizeSlug":"large"}

 ଇଟାଲୀରେ ସାଧାରଣ ରୋଗୀ ଏବଂ କରୋନା ରୋଗୀଙ୍କୁ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯିବାରୁ ସଂକ୍ରମଣ ବଢ଼ିଲା ଏବଂ ଅଧିକ ସଂଖ୍ୟକ ରୋଗୀ ପ୍ରାଣ ହରାଇଲେ। ଏହାକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କୁ କେବଳ କରୋନା ହସ୍ପିଟାଲରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁ ଡାକ୍ତର ଓ ନର୍ସ କରୋନା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ସେମାନେ ଅନ୍ୟ ରୋଗୀଙ୍କ ଚିକିତ୍ସା କରିବେ ନାହିଁ । ତେଣୁ କରୋନା ଡରରେ ଡାକ୍ତରଖାନା ନ ଆସିବା ଭଳି ନିଷ୍ପତ୍ତି ଠିକ୍  ନୁହେଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଓଡ଼ିଶାରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା କୌଣସି ମେଡିକାଲ ଷ୍ଟାଫ୍ ଙ୍କୁ କରୋନା ସଂକ୍ରମଣ ହୋଇନାହିଁ ଏହା ମଧ୍ୟ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ସେପଟେ ରାଜ୍ୟରେ ଆଜି ଆଉ ଜଣେ କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର, ୟୁନିଟ୍ ୪ ଅଞ୍ଚଳର । ବୟସ ୪୫ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟରେ ଆଉ ୨୭ ଟି କୋଭିଡ ହସ୍ପିଟାଲ ପାଇଁ ପ୍ରସ୍ତୁତି ଚାଲିଛି । ସେପଟେ ରାଜ୍ୟରେ ଟେଷ୍ଟିଂ ଏବଂ ଅନ୍ୟ ଉପକରଣକୁ ନେଇ ବାୟୁ ସେନାର ଏକ ବିମାନ ଗତକାଲି ରାତିରେ ଭୁବନେଶ୍ବରରେ ପହଞ୍ଚିଛି। ଆଇସିଏମଆର ମାଧ୍ୟମରେ ଏଥିରେ ୩୫୦୦କେଜିର ମେଡିକାଲ ଇକ୍ବିପମେଣ୍ଟ ଆସିଛି।

{"id":250538,"sizeSlug":"large"}

ରାଜ୍ୟରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦ରେ ପହଞ୍ଚିଛି । ନିଜାମୁଦ୍ଦିନରୁ ଫେରିବା ପରେ ୨୮ ଜଣ ନିଜ ଆଡୁ ନାଁ ପଂଜିକରଣ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଉ ୪୨ ଜଣ ସ୍ବେଚ୍ଛାକୃତ ଭାବେ ନାଁ ପଞ୍ଜିକରଣ କରାଇଛନ୍ତି। ସେପଟେ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ଟେଲି ମେଡିସିନ୍ ସେବାରେ ନାଁ ପଞ୍ଜିକରଣ କରିଛନ୍ତି ୩ଶହ ଜଣ ଡାକ୍ତର । ଏଥିପାଇଁ ଲୋକେ ୧୪୪୧୦ ନମ୍ବରକୁ ଡାଏଲ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

{"id":250539,"sizeSlug":"large"}

୯ ତାରିଖ ସକାଳୁ ବାହାରକୁ ବାହାରିଲେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହି ନିୟମକୁ କଡାକଡି ପାଳନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହିତ ନିୟମିତ ଭାବେମାସ୍କକୁ ଗରମ ଲୁଣ ପାଣି ଏବଂ ଖରାରେ ବିଶୋଧନ କରିବା ଲାଗି ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ୩୯ ଜଣ ଆକ୍ଟିଭ କରୋନା ରୋଗୀ ଚିକିତ୍ସାଧୀନ ଥିବା ବେଳେ ୮୬ ଜଣ ସନ୍ଦିଗ୍ଧ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.