Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଘାଟିରେ ୬୫ଫୁଟ ତଳକୁ ଖସିଲା ବସ୍ : ୨୭ ମୃତ, ୩୯ ଆହତ

11/03/2021 at 12:39 PM

ଜାକାର୍ତ୍ତା ୧୧।୦୩ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟି ତଳକୁ ଖସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌ । ଯାହାଫଳରେ କି ୨୭ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ଇଣ୍ଡୋନେସିଆର ସୁବଙ୍ଗ ପ୍ରଦେଶର ଏହି ଦୁର୍ଘଟଣାଟି ଘଟିଛି । ସୁବଙ୍ଗ ପ୍ରଦେଶର ତାସିକମାଲୟା ଜିଲ୍ଲାରେ ଥିବା ଇସ୍‌ଲାମିକ ଜୁନିୟର ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ଏକ ତୀର୍ଥସ୍ଥାନକୁ ବୁଲିବାକୁ ଯାଉଥିଲେ । କିନ୍ତୁ ସୁମେଡାଙ୍ଗ ଜିଲ୍ଲା ଦେଇ ଯାଇଥିବା ଏକ ରାସ୍ତାରେ ଗଡ଼ାଣିରେ ବସ୍‌ଟି ଯାତ୍ରା କରୁଥିଲା । ରାସ୍ତାଟି ଅତ୍ୟନ୍ତ ଗଡ଼ାଣି ହୋଇଥିବାରୁ ଡ୍ରାଇଭର ବସ୍‌ରୁ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ । ଯାହାଫଳରେ ବସ୍‌ଟି ପ୍ରାୟ ଘାଟିର ୨୦ମିଟର ତଳକୁ ଖସିପଡିଥିଲା ।

bhaskar.com

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଆରମ୍ଭ ହୋଇଥିଲା । ତେବେ ଘାଟି ତଳକୁ ବସ୍‌ଟି ଖସିଯିବାରୁ ପ୍ରାୟ ୧୭ଜଣଙ୍କୁ ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ପ୍ରଶାସନ ୨୭ଟି ଶବ ଘଟଣାସ୍ଥଳରୁ ଉଦ୍ଧାର କରିଛି ।

ସେହିପରି ଦୁର୍ଘଟଣାରେ ୩୯ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମେତ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦୁର୍ଘଟଣା ସଂପର୍କରେ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ବସ୍‌ର ବ୍ରେକ୍‌ ଠିକ୍‌ ଭାବେ କାମ୍‌ କରିନଥିବାରୁ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

   Related Posts