Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ରା ଅଞ୍ଚଳରେ ଫ୍ଲାଇଂ ସ୍କ୍ବାର୍ଡର ଚଢାଉ, ୨୭ଲକ୍ଷ ଟଙ୍କା ଥିବା ବ୍ୟାଗ୍ ଫିଙ୍ଗି ଦେଇ କାର୍ ସହ ଫେରାର ହୋଇଗଲା ଡ୍ରାଇଭର

10/04/2019 at 4:25 PM

ରାଉରକେଲା ୧୦|୪ : ସୁନ୍ଦରଗଡ ଜିଲ୍ଲା ବିଶ୍ରା ମହିପାଣିରେ ଚଢାଉ କରିଛି ଫ୍ଲାଇଂ ସ୍କ୍ବାଡ୍ । ଚଢାଉ ବେଳେ ଏକ ଅଡି କାର୍‌ରେ ନେଇ ଯାଉଥିବା ଟଙ୍କା ବ୍ୟାଗ୍‌ ଫିଙ୍ଗି ଚମ୍ପଟ ମାରିଛି ଡ୍ରାଇରଭ । ବ୍ୟାଗ୍‌ରୁ ୨୭ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଛି । ସୂଚନା ପାଇ କାର୍‌ର ପିଛା କରିଥିଲା ବିଶ୍ରା ପୋଲିସ । ମାତ୍ର କାର୍ ର କୌଣସି ସନ୍ଧାନ ମିଳିନାହିଁ । ତେବେ ଏହି ଟଙ୍କା ଭୋଟରମାନଙ୍କୁ ଦେବା ପାଇଁ ନିଆଯାଉଥିବା ସନ୍ଦେହ କରାଯାଉଛି ।

ସେହିଭଳି ଆଜି ସକାଳେ ଲାଞ୍ଜିଗଡର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିସାରୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାବେଳେ ଫ୍ଲାଇଂ ସ୍କ୍ବାର୍ଡ ଧରିଥିଲା । ତାଙ୍କ ଇନୋଭା (ଓଆର୦୨ବିସି ୨୪୪୨) ଗାଡିରୁ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ କରାଯାଇଥିଲା । ଫ୍ଲାଇଂ ସ୍କ୍ବାର୍ଡର ଅଧିକାରୀ ଶୈଳେନ୍ଦୁ ମହାପାତ୍ର ଜୟପାଟଣାରେ ଟଙ୍କା ବଣ୍ଟା ଯାଉଥିବା ଖବର ପାଇ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଜେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିସାରୀ ଗାଡିରେ ବସିଥିବାବେଳେ ଟଙ୍କା ବଣ୍ଟା ଯାଉଥିଲା । ଫ୍ଲାଇଂ ସ୍କ୍ବାର୍ଡ ଗାଡି ଓ ଟଙ୍କା ଜବତ କରିବା ପରେ ପୋଲିସର ଜିମା ଦେଇଥିଲା ।

   Related Posts