୨୭ କେଜି ମାଛର ଦାମ୍ ୪ ଲକ୍ଷ ଟଙ୍କା, କିଣିନେଲା ଫାର୍ମାସ୍ୟୁଟିକାଲ୍ କମ୍ପାନୀ

Published By : Prameya-News7 Bureau | November 13, 2020 IST

ଭୋଗରାଇ ୧୩।୧୧: ମାଛର ଦାମ୍ ୪ ଲକ୍ଷ ଟଙ୍କା । ପଶ୍ଚିମବଙ୍ଗ ଦୀଘା ମୁହାଣରୁ ଏହି ମାଛକୁ ଧରିଛନ୍ତି ମତ୍ସ୍ୟଜୀବୀ । ଏହି ମାଛର ଓଜନ ପ୍ରାୟ ୨୭ କିଲୋଗ୍ରାମ ହେବ । ଏହି ମାଛର ନାମ ତେଲିଆ ମାଛ । ସ୍ଥାନୀୟ ଅଞ୍ଚଳରେ ଏହା ‘ଭେକ୍ଟି’ ମାଛ ନାମରେ ଜଣାଯାଏ । ଏହା କିଲୋଗ୍ରାମ ପ୍ରତି ୧୬ହଜାର ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି ।

{"id":361148,"sizeSlug":"large"}

ଗୁରୁବାର ଦିନ ଦୀଘା ସ୍ଥିତ ମାଛ ନିଲାମ କେନ୍ଦ୍ରରେ ଏହି ମାଛଟିକୁ ଏଆରଏମ ନାମକ ଔଷଧ କମ୍ପାନୀ ଏହି ମାଛଟିକୁ କିଣିଛି । ‘ମା ଆନ୍ନାଡାଇନି’ ନାମକ ଏକ ଟ୍ରଲର ଜାଲରେ ମାଛଟି ଧରାପଡିଥିଲା । ମାଛଟିକୁ ନିଲାମ କେନ୍ଦ୍ରକୁ ଅଣାଯିବା ପରେ ଏହାକୁ ଦେଖିବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା । ଶେଷରେ ଏହି ମାଛକୁ କୋଲକାତାର ଏକ କମ୍ପାନୀ ୪ ଲକ୍ଷ ଟଙ୍କାରେ କିଣିଥିଲା ।

{"id":361149,"sizeSlug":"large"}

ମତ୍ସ୍ୟଜୀବୀ ପିଣ୍ଟୁ ଭୁୟାନ କହିଛନ୍ତି, ଏହି ପ୍ରଜାତିର ମାଛର ଗ୍ରନ୍ଥି ଔଷଧ ତିଆରିରେ ବ୍ୟବହୃତ ହୁଏ । ଫାର୍ମାସ୍ୟୁଟିକାଲ୍ କମ୍ପାନୀ ତରଫରୁ ଏହି ମାଛକୁ ଅଧିକ ମୂଲ୍ୟରେ କିଣାଯାଇଥାଏ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ରବୀନ୍ଦ୍ରନାଥ ଭୁୟାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.