ଗଞ୍ଜାମ ସୋରଡା ଖଦାଳ ଗାଁରେ ଅଗ୍ନିକାଣ୍ଡ ; ୯ଟି ପରିବାରର ୨୭ବଖରା ଘର ପୋଡି ପାଉଁଶ

Published By : Prameya-News7 Bureau | October 26, 2018 IST

ଗଞ୍ଜାମ ୨୬|୧୦: ଗଞ୍ଜାମ ଜିଲ୍ଲା ସୋରଡ଼ା ଖଦାଳ ଗାଁରେ ଅଗ୍ନିକାଣ୍ଡ ହୋଇଛି । ଫଳରେ ୯ ଟି ପରିବାରର ୨୭ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଭୋର ପ୍ରାୟ ୪ଟା ବେଳେ ହଠାତ୍ ଖଦାଳ ସାହିରେ ଜଣେ ବ୍ୟକ୍ତିଙ୍କ ରୋଷେଇ ଘରର ଚାଳରୁ ନିଆଁ ଉଠି ସାରା ଗାଁକୁ ମାଡ଼ି ଯାଇଥିଲା। ନିଦରେ ଶୋଇଥିବା ଲୋକେ କିଛି ବୁଝିବା ପୂର୍ବରୁ ନିଆଁ ବ୍ୟାପି ଯାଇଥିଲା । ସଙ୍ଗେ ସଙ୍ଗେ ଲୋକେ ନିଜସ୍ବ ଉଦ୍ୟମରେ କୂଅ, ପୋଖରିରୁ ପାଣି ଆଣି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ଗାଁରେ ଘର ଗୁଡ଼ିକ ପରସ୍ପରକୁ ଲାଗି ରହିଥିବାରୁ ନିଆଁକୁ ଆୟତ କରିବା ସମ୍ଭବ ହୋଇ ନଥିଲା । ଭଞ୍ଜନଗରରୁ ଦମକଳ ଯାଇ ନିଆଁ ଲିଭାଇଲା ବେଳକୁ ଘର ପୋଡ଼ି ଛାରଖାର ହୋଇ ସାରିଥିଲା । ଏଥିସହ ଧାନ, ଚାଉଳ, ଆସବାବପତ୍ର ସହିତ ସମସ୍ତ ସମ୍ପତ୍ତି ପୋଡ଼ି ଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.