ଦୀର୍ଘ ୨୭ ଘଣ୍ଟା ପରେ ଉଦ୍ଧାର ହେଲା ୬ ବର୍ଷ ଶିଶୁର ମୃତଦେହ

Published By : Prameya-News7 Bureau | August 09, 2020 IST

ଦଶରଥପୁର୯/୮:  ନାଳରେ ବୁଡି ୬ ବର୍ଷର ଶିଶୁ ନିଖୋଜ ଘଟଣା। ନାଳରୁ ଉଦ୍ଧାର ହେଲା ନିଖୋଜ ଥିବା ଶିଶୁର ପୁତ୍ରର ମୃତ ଦେହ।ଉଦ୍ଧାର କଲେ ଓଡ୍ରାପ ଟିମ୍ ।ପାଖାପାଖି ୨୭ ଘଣ୍ଟା ଖୋଜା ଖୋଜି ପରେ ଶେଷରେ ଉଦ୍ଧାର ହେଲା ସତ୍ୟପ୍ରକାଶର ମୃତ ଦେହ।

ଦଶରଥ ପୁର ବ୍ଲକ ବିହାରୀ ପଞ୍ଚାୟତର ଅପର ସାଉଁଣ୍ଡି ଗ୍ରାମର ବିଦ୍ୟାଧର ସାହୁଙ୍କ ପୁଅ ସତ୍ୟପ୍ରକାଶ ସାହୁ। ଘର ଦାଣ୍ଡରେ ଖେଳୁଥିବା ସମୟରେ ରାହସୋଇ ନିକଟସ୍ଥ ନଡ଼କା ନାଳରେ ବୁଡି ଯାଇଥିଲା । ପରେ ଘର ଲୋକେ ଖୋଜା ଖୋଜି କରିବା ସହ ଓଡ୍ରାଫ ଟିମ୍‌କୁ ମଧ୍ୟ ଜଣାଇଥିଲେ । ଘଟଣା ସ୍ଥଳରେ ଓଡ୍ରାପ ଟିମି ପହଁଞ୍ଚି ଦୀର୍ଘ ୧ ଘଣ୍ଟା ଧରି ଖୋଜା ଖୋଜି ପରେ ବି ପିଲାର ପତ୍ତା ମିଳିପାରି ନଥିଲା। ଶେଷର ୨୭ ଘଣ୍ଟଶ ଖୋଜା ଖୋଜି ପରେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.