ଆନ୍ଧ୍ରପ୍ରଦେଶର ୨୭ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କଲା ଛତ୍ରପୁର ସାମୁଦ୍ରିକ ପୋଲିସ
11/10/2018 at 3:37 PM

ବ୍ରହ୍ମପୁର ୧୧|୧୦: ବାତ୍ୟା ‘ତିତଲି’ ଯୋଗୁଁ ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ଆନ୍ଧ୍ରପ୍ରଦେଶ ବିଶାଖାପାଟନମର ୨୭ ଜଣ ମତ୍ସ୍ୟଜୀବୀଙ୍କୁ ଗଂଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସମୁଦ୍ରରୁ ଉଦ୍ଧାର କରାଯାଇଛି। ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସହାୟତାରେ ଆର୍ଯ୍ୟାପଲ୍ଲି ସାମୁଦ୍ରିକ ଥାନା ପୋଲିସ ଏମାନଙ୍କୁ ଉଦ୍ଧାର କରିଛି। ଦୁଇଦିନ ତଳେ ଆନ୍ଧ୍ରପ୍ରଦେଶ ବିଶାଖାପାଟନମରୁ ୩ଟି ଡଙ୍ଗାରେ ୨୭ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲେ । ତେବେ ବାତ୍ୟାର ପ୍ରଭାବରେ ସେମାନଙ୍କ ଡଙ୍ଗା ଓଡିଶା ଆଡକୁ ଆସି ଦିଗହରା ହୋଇଯାଇଥିଲା । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି । ଏଥି ସହ ସେମାନଙ୍କୁ ବିଶାଖାପଟନମରେ ପହଂଚାଇବା ପାଇଁ ମଧ୍ୟ ଗଂଜାମ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଛି।