ନେପାଳର ଘୂର୍ଣ୍ଣିଝଡ଼ରେ ୨୭ଜଣଙ୍କ ମୃତ୍ୟୁ : ୪୦୦ରୁ ଅଧିକ ଆହତ
1/04/2019 at 1:24 PM

କାଠମାଣ୍ଡୁ ୧/୪: ନେପାଳରେ ପ୍ରବଳ ବର୍ଷା ଏବଂ ଘୂର୍ଣ୍ଣିଝଡ଼ ଲାଗିରହିଛି। ପ୍ରବଳ ବର୍ଷା ଏବଂ ଭୀଷଣ ଘୂର୍ଣ୍ଣିଝଡ଼ ଯୋଗୁଁ ଏବେ ଯାଏଁ ୨୭ଜଣଙ୍କ ମୃତ୍ୟୁ ହୋଇସାରିଛି। ୪୦୦ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଦକ୍ଷିଣରେ ବାରା ଏବଂ ପାରସା ଜିଲ୍ଲାରେ ସନ୍ଧ୍ୟାବେଳେ ଝଡ଼ ହୋଇଥିଲା। ଜିଲ୍ଲା କାର୍ଯ୍ୟାଳୟର ସୂଚନା ଅନୁସାରେ ପରସାରେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ।

ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି। ଅପରପକ୍ଷରେ ନେପାଳ ସେନା ମୁଖ୍ୟ କହିଛନ୍ତି ସେ ଏଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
