ରାୟଗଡ଼ା ରେଳ ଷ୍ଟେସନରୁ ୨୭ ମହିଳା ଏବଂ ଶିଶୁ ଶ୍ରମିକ ଉଦ୍ଧାର : ଆନ୍ଧ୍ର ଚାଲାଣ ବେଳେ ବିଳାସପୁର-ତିରୁପତି ଟ୍ରେନରୁ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | July 21, 2019 IST

ରାୟଗଡା  ୨୧/୭: ଗତକାଲି   ସନ୍ଧ୍ୟାରେ ରାୟଗଡା ରେଳ ଷ୍ଟେସନରୁ ୨୭ ଜଣ ମହିଳା ଦାଦନଙ୍କ ସମେତ  ଶିଶୁ   ଶ୍ରମିକ ଉଦ୍ଧାର ହୋଇଛନ୍ତି। ଦାଦନ ଚାଲାଣ ଅଭିଯୋଗରେ ୬ଜଣ ଦଲାଲଙ୍କୁ  ଗିରଫ କରିଛି ପୋଲିସ ।  ଗିରଫ ଦଲାଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛି । ବିଳାସପୁର-ତିରୁପତି ଟ୍ରେନରୁ ଏମାନଙ୍କୁ  ଉଦ୍ଧାର କରାଯାଇଛି  ।

{"id":135808}

ଦଲାଲ ମାନେ ସମସ୍ତଙ୍କୁ  ଆନ୍ଧ୍ରର ତିରୁପତି ସ୍ଥିତ ଏକ  ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରାଇବାକୁ ନେଉଥିଲେ ।   ସମସ୍ତ ଉଦ୍ଧାର ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ।  ଏସପିଙ୍କ ନିର୍ଦ୍ଦେଶରେ  ରାୟଗଡା, ଚାନ୍ଦିଲି ଓ ରେଳବାଇ ପୁଲିସ ମିଳିତ ଚଢ଼ାଉ ପରେ ଏହି ଦାଦନ ମାନଙ୍କୁ  ଉଦ୍ଧାର କରାଯାଇଛି।

{"id":135809}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.