ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନା ସଂକ୍ରମିତ

Published By : Prameya-News7 Bureau | May 13, 2020 IST

ଭୁବନେଶ୍ବର ୧୩।୫: ରାଜ୍ୟରେ ବୁଧବାର ସର୍ବାଧିକ ୧୦୧ ସଂକ୍ରମିତ ଚିହ୍ନଟ ହେବାପରେ ଆଉ ଏକ ଭଲ ଖବର ରହିଛି । ବୁଧବାର ୨୭ କରେନା ସୁସ୍ଥ ହୋଇଛନ୍ତି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୧୪୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସୁସ୍ଥ ହୋଇଥିବା ୨୭ ଜଣଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୯ଜଣ, ଭୁବନେଶ୍ବରରୁ ୮ଜଣ, ଭଦ୍ରକରୁ ୪ଜଣ, ଗଞ୍ଜାମରୁ ୨ଜଣ, ସୁନ୍ଦରଗଡରୁ ୨ଜଣ, କୋରାପୁଟରୁ ଜଣେ ଏବଂ କେନ୍ଦୁଝରରୁ ଜଣେ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ବୁଧବାର ସର୍ବାଧିକ ୧୦୧ ସଂକ୍ରମିତ ହୋଇଥିଲେ । ୧୦୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୨ ଜଣ, ବାଲେଶ୍ବର ଜିଲ୍ଲାରୁ ୩୩ ଜଣ, ଯାଜପୁର ଜିଲ୍ଲାରୁ ୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଏବଂ କେନ୍ଦୁଝର ଜିଲ୍ଲାରୁ ୨ ଜଣ ରହିଛନ୍ତି । ୧୦୧ ସଂକ୍ରମିତଙ୍କ ମଧ୍ୟରୁ ୯୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରର ରହିଥିବା ବେଳେ ୮ଜଣ କଣ୍ଟେଟମେଣ୍ଟ ଜୋନ୍‌ରୁ ରହିଛନ୍ତି । ଅନ୍ୟ ୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୨ ସଂକ୍ରମିତ କ୍ବାରେଣ୍ଟାଇନ୍ ସେଣ୍ଟରରୁ ରହିଛନ୍ତି । ସେହିଭଳି ବାଲେଶ୍ବର ଜିଲ୍ଲାର ୩୩ ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ ସୁରଟ, ୩ ଜଣ ପଶ୍ଚିମବଙ୍ଗ, ୨ ଜଣ ବେଙ୍ଗାଲୁରୁରୁ ଫେରିଥିବା ବେଳେ ଜଣେ କଣ୍ଟେଟମେଣ୍ଟ ଜୋନ୍ ଏବଂ ୩ ଜଣ ସ୍ଥାନୀୟ ବାସିନ୍ଦା । ସେହିଭଳି ସୁନ୍ଦରଗଡର ୭ ସଂକ୍ରମିତ କ୍ବାରେଣ୍ଟାଇନ୍ ଜୋନ୍ ର ରହିଛନ୍ତି । ଯାଜପୁରର ୭ ସଂକ୍ରମିତ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି । ସେହିଭଳି ୨ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍ ସେଣ୍ଟରର ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୯୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୧୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.