୨୬ ନଭେମ୍ବର ଭାରତ ପାଇଁ ଐତିହାସିକ ଦିନ- ଆଜି ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି

Published By : Prameya-News7 Bureau | November 26, 2019 IST

ନୂଆଦିଲ୍ଲୀ /ଭୁବନେଶ୍ୱର ୨୬।୧୧ -  ସଂସଦରେ ପାଳିତ ହୋଇଛି ସମ୍ବିଧାନ ଦିବସ । ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ୨୬ ନଭେମ୍ବର ଭାରତ ପାଇଁ ଐତିହାସିକ ଦିନ । ଭାରତୀୟମାନଙ୍କ ପାଇଁ ସମ୍ବିଧାନ ପବିତ୍ର ଗ୍ରନ୍ଥ ଯାହାକୁ ୭୦ ବର୍ଷ ପୂର୍ବରୁ ଆମେ ଆପଣାଇଛୁ । ସେପଟେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସଂସଦର ମିଳିତ ଅଧିବେଶନକୁ ବହିଷ୍କାର କରିଥିଲେ ।

{"id":190343,"sizeSlug":"large"}

ଆମ ସମ୍ବିଧାନ ଆମ ପାଇଁ ସବୁଠାରୁ ବଡ଼ ଏବଂ ପବିତ୍ର ଗ୍ରନ୍ଥ । ୧୩୦ କୋଟି ଭାରତୀୟଙ୍କ ସାମ୍ନାରେ ମୁଁ ନତମସ୍ତକ ହେଉଛି । ଭାରତୀୟ ସମ୍ବିଧାନର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂସଦରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଂସଦର ସେଣ୍ଟ୍ରାଲ୍ ହଲରେ ଆୟୋଜିତ ମିଳିତ ଅଧିବେଶନରେ ମୋଦି ଯୋଗଦେଇ ସଦସ୍ୟମାନଙ୍କୁ ସମ୍ବୋଦନ କରିଥିଲେ । କହିଥିଲେ ଆମ ସମ୍ବିଧାନ ଶକ୍ତିଶାଳୀ ହୋଇଥିବାରୁ ଆମେ ଏକ ଶ୍ରେଷ୍ଠ ଭାରତ ଗଠନ ଦିଗରେ ଅଗ୍ରସର ହୋଇପାରିଛେ । ଏହା ସହ ୨୬ /୧୧ ମୁମ୍ବାଇ ଆକ୍ରମଣକୁ ମଧ୍ୟ ମନେପକାଇଥିଲେ ମୋଦି । ଆଜିର ଦିନରେ ମୁମ୍ବଇରେ ଆତଙ୍କବାଦୀମାନେ ଆକ୍ରମଣ କରି ଭାରତକୁ କ୍ଷତବିକ୍ଷତ କରିବାକୁ ଚେଷ୍ଟା କରିଥିଲେ । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୋଦି । ସେହିଭଳି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ଦେଶ ବିଦେଶରେ ଥିବା ସମସ୍ତ ଭାରତୀୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରମୁଖ ସମ୍ବୋଧନ ଦେଇଥିଲେ ।

{"id":190344,"sizeSlug":"large"}

ସେପଟେ ଓଡ଼ିଶା ବିଧାନସଭା ପରିସରରେ ବି ପାଳିତ ହୋଇଥିଲା ସମ୍ବିଧାନ ଦିବସ । ଏହି ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି କରିଥିଲେ । କହିଥିଲେ ଏହା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜାତିର ପିତାଙ୍କୁ ଶ୍ରେଷ୍ଠ ସମ୍ମାନ ହେବ । ସମ୍ବିଧାନ ଦେଶକୁ ଏକାଠି ବାନ୍ଧି ରଖିବାର ଅଠା ସଦୃଶ । ତେଣୁ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ବି ବୋଲି କହିଥିଲେ ନବୀନ । ଏଥିସହ ସମ୍ବିଧାନ ପ୍ରଣୟନରେ ଓଡିଶା ବିଧାନସଭାର ସଦସ୍ୟମାନଙ୍କ ଯୋଗଦାନକୁ ମୁଖ୍ୟମନ୍ତ୍ରୀ ମନେପକେଇଥିଲେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା, ସମସ୍ତ ମନ୍ତ୍ରୀ ଓ ବିଧାୟକ, ଅଧିକାରୀ ଉପସ୍ଥିତ ଥିଲେ ।

{"id":190345,"sizeSlug":"large"}

ସେହିଭଳି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସଂସଦର ମିଳିତ ଅଧିବେଶନକୁ ବହିଷ୍କାର କରିଥିଲେ । ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ବୈଠକରେ ସାମିଲ ନହୋଇ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୋନିଆ, ରାହୁଲ ଗାନ୍ଧି, ମନମୋହନ ସିଂଙ୍କ ସମେତ ଅନ୍ୟ ନେତାମାନେ ଡକ୍ଟର ଭିମରାଓ ଆମ୍ବେଦକରଙ୍କ ପ୍ରତିମା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

{"id":190346,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.