ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ପରିବେଶ, ପ୍ରଯୁକ୍ତି ବିଦ୍ୟା ଏବଂ ଇଓ୍ବେଷ୍ଟ ଉପରେ ହୋଇଛି ଅଧିକାଂଶ ପ୍ରକଳ୍ପ

Published By : Prameya-News7 Bureau | December 28, 2018 IST

ଭୁବନେଶ୍ବର୨୮|୧୨: ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆଜିଥିଲା ଦ୍ବିତୀୟ ଦିବସ । ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ସ୍ବତନ୍ତ୍ର କର୍ମଶାଳାମାନ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଗତ କାଲିର ସେମିନାରରେ ଭାଗ ନେଇଥିବା କୁନି ବୈଜ୍ଞାନିକମାନେ ତାଙ୍କର ପ୍ରକଳ୍ପଗୁଡିକର ଓ୍ବାଲ ଡିସପ୍ଲେ କରିଛନ୍ତି ।ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଶିଶୁ ବୈଜ୍ଞାନିକମାନଙ୍କୁ ନେଇ ସ୍ବତନ୍ତ୍ର କର୍ମଶାଳାମାନ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର ଥିମ ରହିଛି, ସାଇନ୍ସ ଟେକ୍ନୋଲୋଜି ଆଣ୍ଡ୍ ଇନୋଭେସନ ଫର ଏ କ୍ଲିନ, ଗ୍ରୀନ ଆଣ୍ଡ୍ ହେଲଦି ନେସନ । ଏହାକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆୟୋଜିତ କର୍ମଶାଳାରେ ବିଷଦ ଭାବେ ଆଲୋଚନା ହୋଇଥିଲା । ବିଶେଷ କରି ସେମିନାରେ ଭାଗ ନେଇଥିବା କୁନି ବୈଜ୍ଞାନିକ ଗତ କାଲି ନିଜ ନିଜର ପ୍ରକଳ୍ପଗୁଡିକ ବିଷୟରେ ବ୍ୟାଖ୍ୟା କରିଥିଲେ । ଅନ୍ୟପଟେ କର୍ମଶାଳାରେ ଯୋଗ ଦେଇଥିବା ବିଶେଷଜ୍ଞମାନଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସେହିପରି କୁନି ବୈଜ୍ଞାନିକମାନେ ନିଜ ନିଜ ପ୍ରକଳ୍ପଗୁଡିକର ଓ୍ବାଲ ଡିସପ୍ଲେ କରିଥିଲେ ।

{"id":68225}

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଭାଗ ନେଇଥିବା କୁନି ବୈଜ୍ଞାନିକମାନେ ଦେଶ ଗଠନରେ ପ୍ରମୁଖ ଭୁମିକା ନେବେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ବିଶେଷ କରି ଚଳିତ ବର୍ଷ ପରିବେଶ, ପ୍ରଯୁକ୍ତି ବିଦ୍ୟା, ଇ–ଓ୍ବେଷ୍ଟ ଉପରେ ଅଧିକାଂଶ ପ୍ରକଳ୍ପ କୁନି ବୈଜ୍ଞାନିକମାନେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ପ୍ରଦର୍ଶନ କରିଛନ୍ତି ।

ସୋଆ ଡିମ୍ଡ ଟୁବି ୟୁନିଭରସିଟିରେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆସନ୍ତା ୩୧ ତାରିଖରେ ଉଦଯାପିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.