ଆଜିଠୁ ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ

Published By : Prameya-News7 Bureau | December 27, 2018 IST

ଭୁବନେଶ୍ବର୨୭|୧୨: ଆଜିଠୁ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ଏଥିପାଇଁ ପ୍ରସ୍ତୁତ ସୋଆ ଡିମଡ ଟୁ ବି ୟୁନିଭରସିଟି କ୍ୟାମ୍ପସ ଟୁ ଅଡିଟୋରିୟମ୍ । ଶିଶୁ ବୈଜ୍ଞାନିକ ବି ଭୁବନେଶ୍ବରରେ ପହଞ୍ଚିଲେଣି । ଶିଶୁ ବିଜ୍ଞାନ କଂଗ୍ରେସରେ ୧୦ ରୁ ୧୭ ବର୍ଷ ବୟସ ମଧ୍ୟରେ ୮ଶହ ଛାତ୍ରଛାତ୍ରୀ ଯୋଗ ଦେବେ ।

{"id":67447}

ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଆଜିଠୁ ଆରମ୍ଭ ହେବ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ଚଳିତ ବର୍ଷ ଏହାର ଥିମ୍ ରହିଛି ସାଇନ୍ସ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ ଫର ଏ କ୍ଲିନ୍, ଗ୍ରୀନ ଏଣ୍ଡ ହେଲଦି ନେସନ । ବିଜ୍ଞାନ କଂଗ୍ରେସରେ ଯୋଗ ଦେବାକୁ ଶିଶୁ ବୈଜ୍ଞାନିକ ବି ଭୁବନେଶ୍ବରରେ ପହଞ୍ଚିଲେଣି ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୧୦ଟି ଏସିୟ ଓ ୫ଟି ଗଲ୍ଫ ରାଷ୍ଟ୍ରର ଛାତ୍ରଛାତ୍ରୀ ସାଇନ୍ସ କଂଗ୍ରେସରେ ଯୋଗ ଦେବେ । ୧୦ ରୁ ୧୭ ବର୍ଷ ମଧ୍ୟରେ ୮ଶହ ଶିଶୁ ବୈଜ୍ଞାନିକଙ୍କ ସହ ସାମିଲ ହେବେ ୪ ଶହ ଶିକ୍ଷକ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେଲାଣି ବୋଲି କହିଛନ୍ତି ସୋଆ  ଡିମଡ ଟୁ ବି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ।

{"id":67448}

ଶିଶୁ ବିଜ୍ଞାନ କଂଗ୍ରେସରେ ୮୦ଟି ପ୍ରଦର୍ଶନୀ ସାଙ୍ଗକୁ ୭ଟି ଆକ୍ଟିଭିଟି ସେଣ୍ଟର ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରିବେ । ଉଦଯାପନୀ ସମାରୋହରେ ଯୋଗ ଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବିଜ୍ଞାନ କଂଗ୍ରେସ ୩୧ ତାରିଖରେ ଶେଷ ହେବ । ୧୯୯୩ ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.