Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଆସନ୍ତାକାଲିଠୁ ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ : ଏଥରର ଥିମ୍ ସାଇନ୍ସ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ ଫର ଏ କ୍ଲିନ୍, ଗ୍ରୀନ ଏଣ୍ଡ ହେଲଦି ନେସନ

26/12/2018 at 4:59 PM

ଭୁବନେଶ୍ବର୨୬|୧୨: ୨୭ରୁ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ଏଥିପାଇଁ ପ୍ରସ୍ତୁତ ସୋଆ ଡିମଡ ଟୁ ବି ୟୁନିଭରସିଟି କ୍ୟାମ୍ପସ ଟୁ ଅଡିଟୋରିୟମ୍ । ଶିଶୁ ବୈଜ୍ଞାନିକ ବି ଭୁବନେଶ୍ବରରେ ପହଞ୍ଚିଲେଣି ।ଶିଶୁ ବିଜ୍ଞାନ କଂଗ୍ରେସରେ ୧୦ ରୁ ୧୭ ବର୍ଷ ବୟସ ମଧ୍ୟରେ ୮ଶହ ଛାତ୍ରଛାତ୍ରୀ ଯୋଗ ଦେବେ ।

ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଆସନ୍ତା ୨୭ରୁ ଆରମ୍ଭ ହେବ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ।ଚଳିତ ବର୍ଷ ଏହାର ଥିମ୍ ରହିଛି ସାଇନ୍ସ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ ଫର ଏ କ୍ଲିନ୍, ଗ୍ରୀନ ଏଣ୍ଡ ହେଲଦି ନେସନ । ବିଜ୍ଞାନ କଂଗ୍ରେସରେ ଯୋଗ ଦେବାକୁ ଶିଶୁ ବୈଜ୍ଞାନିକ ବି ଭୁବନେଶ୍ବରରେ ପହଞ୍ଚିଲେଣି ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୧୦ଟି ଏସିୟ ଓ ୫ଟି ଗଲ୍ଫ ରାଷ୍ଟ୍ରର ଛାତ୍ରଛାତ୍ରୀ ସାଇନ୍ସ କଂଗ୍ରେସରେ ଯୋଗ ଦେବେ । ୧୦ ରୁ ୧୭ ବର୍ଷ ମଧ୍ୟରେ ୮ଶହ ଶିଶୁ ବୈଜ୍ଞାନିକଙ୍କ ସହ ସାମିଲ ହେବେ ୪ ଶହ ଶିକ୍ଷକ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେଲାଣି ବୋଲି କହିଛନ୍ତି ସୋଆ  ଡିମଡ ଟୁ ବି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ।

ଶିଶୁ ବିଜ୍ଞାନ କଂଗ୍ରେସରେ ୮୦ଟି ପ୍ରଦର୍ଶନୀ ସାଙ୍ଗକୁ ୭ଟି ଆକ୍ଟିଭିଟି ସେଣ୍ଟର ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରିବେ । ଉଦଯାପନୀ ସମାରୋହରେ ଯୋଗ ଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବିଜ୍ଞାନ କଂଗ୍ରେସ ୩୧ ତାରିଖରେ ଶେଷ ହେବ । ୧୯୯୩ ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ।

   Related Posts