ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଉଦ୍‌ଘାଟିତ ହେଲା ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ; ସଫଳ ଆୟୋଜନ ପାଇଁ ସୋଆକୁ ଧନ୍ୟବାଦ ଦେଲେ ନବୀନ

Published By : Prameya-News7 Bureau | December 27, 2018 IST

ଭୁବନେଶ୍ବର ୨୭|୧୨: ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଉଦଘାଟିତ ହେଲା ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ଏହାର ଥିମ୍ ରହିଛି ସାଇନ୍ସ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ ଫର ଏ କ୍ଲିନ୍, ଗ୍ରୀନ ଏଣ୍ଡ ହେଲଦି ନେସନ । ଶିଶୁ ବିଜ୍ଞାନ କଂଗ୍ରେସରେ ୧୦ ରୁ ୧୭ ବର୍ଷ ବୟସ ମଧ୍ୟରେ ୮ଶହ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

{"id":67664}

ଏହି ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବକ୍ତବ୍ୟ ରଖିଛନ୍ତି । ଦ୍ବିତୀୟ ଥର ପାଇଁ ରାଜ୍ୟରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଛି । ଏଥିପାଇଁ ସେ ଆନନ୍ଦିତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ୨୦୦୫ରେ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା । ଓଡିଶା ଜ୍ଞାନର ବିକାଶ କେନ୍ଦ୍ର ହେବାକୁ ଯାଉଛି । ଶିକ୍ଷା ଓ ଗବେଷଣାରେ ଓଡିଶା ସମଗ୍ର ପୂର୍ବ ଭାରତରେ ଖ୍ୟାତି ଲାଭ କରିଛି । ଏହାଦ୍ବାରା ଆଗାମୀ ଯୁବପିଢି ଉପକୃତ ହେବେ । ସୋଆ ଡିମଡ ଟୁ ବି ୟୁନିଭରସିଟି ବିଜ୍ଞାନ କଂଗ୍ରେସର ସଫଳ ଆୟୋଜନ କରିଥିବାରୁ ଅଶେଷ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

{"id":67662}

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୧୦ଟି ଏସୀୟ ଓ ୫ଟି ଗଲ୍ଫ ରାଷ୍ଟ୍ରର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ୧୦ ରୁ ୧୭ ବର୍ଷ ମଧ୍ୟରେ ୮ଶହ ଶିଶୁ ବୈଜ୍ଞାନିକଙ୍କ ସହ ସାମିଲ ହୋଇଛନ୍ତି ୪ ଶହ ଶିକ୍ଷକ । ଶିଶୁ ବିଜ୍ଞାନ କଂଗ୍ରେସରେ ୮୦ଟି ପ୍ରଦର୍ଶନୀ ସାଙ୍ଗକୁ ୭ଟି ଆକ୍ଟିଭିଟି ସେଣ୍ଟର ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରିଥିବା ବେଳେ ଉଦଯାପନୀ ସମାରୋହରେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଆଜିଠାରୁ  ଆରମ୍ଭ ହୋଇଥିବା ଏହି ବିଜ୍ଞାନ କଂଗ୍ରେସ ୩୧ ତାରିଖରେ ଶେଷ ହେବ । ୧୯୯୩ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.