୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆଜି ଉଦ୍ଯାପନୀ ଉତ୍ସବ
31/12/2018 at 9:43 AM

ଭୁବନେଶ୍ବର ୩୧|୧୨: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟିରେ ଚାଲିଥିବା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆଜି ଉଦ୍ଯାପିତ ହେବ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଦେଶ ବିଦେଶର ବହୁ ଶିଶୁ ବୈଜ୍ଞାନିକ ସାମିଲ ହୋଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଏଥିରେ ୨୯ଟି ରାଜ୍ୟ, ୭ଟି କେନ୍ଦ୍ରଶାସିତ ଅଞ୍ଚଳ ସମେତ ୧୦ଟି ଆସିଆନ୍ ଓ ୫ଟି ଗଲ୍ଫ ରାଷ୍ଟ୍ରର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଏଥରର ଥିମ୍ ରହିଛି ସାଇନ୍ସ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ ଫର୍ ଏ କ୍ଲିନ, ଗ୍ରୀନ ଆଣ୍ଡ ହେଲଦି ନେସନ। ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ବିଧିବଦ୍ଧ ଉଦ୍ଘାଟନ କରିଥିଲେ।