ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ୍ ୟୁନିଭର୍ସିଟିରେ ୫ଦିନ ଧରି ଚାଲିଥିବା ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଯାପିତ

Published By : Prameya-News7 Bureau | December 31, 2018 IST

ଭୁବନେଶ୍ବର ୩୧|୧୨: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ୍‌ ୟୁନିଭର୍ସିଟିରେ ୫ଦିନ ଧରି ଚାଲିଥିବା ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଯାପନ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଡିସେମ୍ବର ୨୭ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଶିଶୁ ବୈଜ୍ଞାନିକ ସାମିଲ ହୋଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ମେଧାବୀ ଶିଶୁ ବିଜ୍ଞାନୀମାନଙ୍କୁ ଗୋଲଡ୍‌ ମେଡାଲ ସହ ସମ୍ମାନୀତ କରାଯାଇଥିଲା ।

{"id":69154}

ସୋଆରେ ସରିଲା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ୫ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଶିଶୁ ବୈଜ୍ଞାନିକ ସାମିଲ ହୋଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥିରେ ଭାଗନେଇଥିଲେ ୨୯ ରାଜ୍ୟ,  ୭ କେନ୍ଦ୍ରଶାସିତ ଅଂଚଳ ସମେତ ୧୦ ଏସିଆନ୍‌ ଏବଂ ୫ ଗଲ୍‌ଫ୍‌ କଣ୍ଟ୍ରିର ୮ଶହ ଛାତ୍ରଛାତ୍ରୀ । ସାଇନ୍‌ସ୍‌ ଟେକ୍ଲୋଲୋଜି ଆଣ୍ଡ ଇନୋଭେସନ ଫର ଏ କ୍ଲିନ୍‌, ଗ୍ରୀନ୍‌ ଆଣ୍ଡ ହେଲଦି ନେସନ, ଏଭଳି କିଛି ଥିମ୍‌କୁ ନେଇ ପ୍ରୋଜେକ୍ଟଗୁଡ଼ିକୁ ଉପସ୍ଥାପନ କରିଥିଲେ କୁନି ବୈଜ୍ଞାନିକମାନେ । ଡିସେମ୍ବର ୨୭ରେ ଏହାକୁ ବିଧିବଦ୍ଧ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଶିଶୁ ବିଜ୍ଞାନୀଙ୍କ ଗବେଷଣା ଓ ସଫଳତାକୁ ବେଶ୍‌ ପ୍ରଶଂସା କରିଥିଲେ ସମ୍ମାନିତ ଅତିଥିମାନେ ।

{"id":69155}

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଉଦ୍ଯାପନୀ ଉତ୍ସବରେ କୁନି ବିଜ୍ଞାନୀମାନେ ନିଜ ନିଜ ରାଜ୍ୟ ତଥା ଦେଶର ପାରମ୍ପରିକ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଜମ୍ମୁ-କାଶ୍ମୀର, ମିଜେରାମ୍‌, ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟର ଛାତ୍ରଛାତ୍ରୀମାନେ ସେମାନଙ୍କ ବେଶପୋଷାକ ପାଇଁ ସମସ୍ତ ଦୃଷ୍ଟି ଆକର୍ଷଣ କରିଥିଲେ । ୨୬ତମ ଜାତୀ୍ୟ ଶିଶୁ ବିଜ୍ଞାନ କଂଗ୍ରେସର ସଫଳତାକୁ ନେଇ ବେଶ୍‌ ଉତ୍ସାହିତ ହୋଇଥିଲେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ । ଗବେଷଣା କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବାକୁ ସେମାନଙ୍କୁ ପ୍ରେରଣା ଯୋଗାଇଥିଲା ଏହି କାର୍ଯ୍ୟକ୍ରମ । ଥ୍ରୀ ଚିୟର୍ସ ସାଇନ୍‌ସ୍‌ ନାରାରେ କମ୍ପିଥିଲା ପୂରା ପରିବେଶ ।

{"id":69156}

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ୍‌ ୟୁନିଭର୍ସିଟିରେ ଜାତୀୟ ଶିଶୁ ବିଜ୍ଞ୍ୟାନ କଂଗ୍ରେସର ସଫଳ ଆୟୋଜନକୁ ନେଇ ବେଶ୍‌ ଖୁସି ବ୍ୟକ୍ତ କରିଥିଲେ ଭିସି ପ୍ରଫେସର ଅମିତ୍‌ ବାନାର୍ଜୀ ।

{"id":69157}

୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମରେ ଗଲା ୫ଦିନ ଭିତରେ ପୋଷ୍ଟର ପ୍ରେଜେଣ୍ଟେସନ, ବିଜ୍ଞାନ ବେଳା ଓ ବୈଜ୍ଞାନିକମାନଙ୍କ ସହ ପ୍ରଶ୍ନୋତ୍ତର ମାଧ୍ୟମରେ ଆଲୋଚନା ଶିଶୁ ବିଜ୍ଞାନୀମାନଙ୍କୁ ବେଶ୍‌ ପ୍ରେରଣା ଯୋଗାଇଛି ।ତେବେ ସୋଆର ଆୟୋଜନ ଓ ପରିବେଶକୁ ନେଇ ସେମାନେ ଥିଲେ ବହୁତ୍‌ ଖୁସି । ଏହାପରେ ୨୭ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କେରଳରେ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.