ସୋଆରେ ସରିଲା ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ, ପୁଣି ୨୦୧୯ରେ କେରଳରେ ହେବ, ବିଦାୟ ବେଳାରେ ନାଚ ଗୀତରେ ମାତିଲେ ଶିଶୁ ବିଜ୍ଞାନୀ

Published By : Prameya-News7 Bureau | December 31, 2018 IST

ଭୁବନେଶ୍ବର ୩୧|୧୨: ସରିଲା ୨୬ ତମ ଜାତୀୟ ଶିଶୁ ବିଗ୍ୟାନ କଂଗ୍ରେସ । ପୁଣି ୨୦୧୯ ରେ କେରଳ ରେ ହେବ । ତେବେ ଯିବା ପୁର୍ବରୁ ଶିଶୁ ବିଗ୍ୟାନୀ ମାନେ ସେ।ଆ କ୍ୟାମ୍ପସରେ ନିଜର ସଂସ୍କୃତି ଓ ପରସମ୍ପରା ର ଛାପ ଛାଡ଼ିଦେଇଯାଇଛନ୍ତି । ଆଜି ଏସିଆ ଓ ଗଲ୍ଫ ଦେଶରୁ ଆସିଥିବା ଛାତ୍ରଛାତ୍ରୀ ମାନେ ନିଜ ରାଜ୍ୟ ତଥା ଦେଶର ଟ୍ରାଡ଼ିସନାଲ ବେଶପେ।ଷାକ କୁ ପିନ୍ଧି ସମସ୍ତଙ୍କ ସାମ୍ନାକୁ ଆସିଥିଲେ ,ସେଲଫି ନେଇଥିଲେ । ଭୁବନେଶ୍ବର ସିଟି ବୁଲିଥିଲେ । ଆଉ ନାଚିଲେ ଓ ଗାଇଲେ । ଥ୍ରୀ ଚିୟରସ  ସାଇନ୍ସ ପାଇଁ ଦେଇଥିଲେ ନାରା ।

{"id":69128}

୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଶେଷ ହେ।ଇଛି । କାଲି ନିଜ ରାଜ୍ୟକୁ ଫେରିଯି​ବେ ଶିଶୁ ବିଜ୍ଞାନୀ ମାନେ । ତେବେ ଯିବା ପୂର୍ବରୁ ସେ।ଆ ଅଡ଼ିଟରିଅମରେ ହୋଇଛି ଜବରଦସ୍ତ ଡ଼୍ୟାନସ । ନିଜେ ଶିଖିବା ଓ ଅନ୍ୟକୁ ଶିଖାଇବା ପରେ କରୁଛନ୍ତି ମଜା ମସ୍ତି । ପ୍ରତ୍ୟେକ ଷ୍ଟେଟ ର ପିଲାମାନେ ଏ ନାଚ ଗୀତର ଭରପୁର ମଜା ନେଇଥିଲେ । ପଞ୍ଜାବୀର ଭାଙ୍ଗଡ଼ା, ହିଟ୍ ଆସାମୀୟ। ସଙ୍ଗ, ଓଡ଼ିଶାର ସମ୍ବଲପୁରୀ, ମହାରାଷ୍ଟ୍ରର ମରାଠୀ ଗୀତରେ ଆଜି ସମସ୍ତେ ଝୁମିଛନ୍ତି । ଅଧିକାଂଶ ଶିଶୁ ବିଜ୍ଞାନୀଙ୍କ କହିବା କଥା ସେ।ଆ କ୍ୟାମ୍ପସ ଛାଡ଼ି ତାଙ୍କୁ ଯିବାକୁ ଇଛା ହେଉନାହିଁ । ସେ।ଆର ହସପିଟାଲିଟି ଓ ପରିବେଷ ତାଙ୍କୁ ଭାରି ଭଲ ଲାଗିଛି । ବୈଜ୍ଞାନିକଙ୍କ ମନରେ ଥିବା ପ୍ରଶ୍ନ ପଚାରିବାର ମୌକା ମିଳିଥିଲା । ଯାହାକି ଭୁଲି ହେବ ନାହିଁ ବେ।ଲି କହିଛନ୍ତି । ଏଠାକୁ ଆସିଥିବା ଶିକ୍ଷକମାନେ ବି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ସଫଳ ହେ।ଇଛି ବେ।ଲି କହିଛନ୍ତି । ଆଗକୁ ପିଲାମାନେ ଗବେଷଣା କ୍ଷେତ୍ରରେ ମନ ଆଗ୍ରହର ସହ ଲଗାଇବେ ବେ।ଲି କହିଛନ୍ତି ।

{"id":69129}

ତେବେ ଡ଼୍ୟ।ନସ ବ୍ୟତୀତ ସବୁ ଶିଶୁ ବିଜ୍ଞାନୀ ନିଜ ରାଜ୍ୟ ତଥା ଦେଶର ପାରମ୍ପାରିକ ପେ।ଷାକ ପିନ୍ଧିଥିଲେ । ଯାହାକି ଥିଲା ସବୁଠୁ ବଡ଼ ଆଟ୍ରାକସନ୍ । ଜମ୍ମୁ ଓ କଶ୍ମୀର, ମିଜେ।ରାମ,ଅରୁଣାଞ୍ଚଳ ପ୍ରଦେଶ ଭଳି ରାଜ୍ୟର ଛାତ୍ରଛାତ୍ରୀ ମାନେ ତାଙ୍କ ବେଶପେ।ଷାକ ଲାଗି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏପରି ହେବା ଦ୍ବ।ରା ପରସ୍ପରର କଲଚର, ଭାଷା ଓ ପେ।ଷାକ ବିଷୟରେ ଡ଼ାଇରେକ୍ଟ ନଲେଜ୍ ମିଳିଥିଲା ସମସ୍ତଙ୍କୁ । ବିଦାୟ ବେଳେ ପରସ୍ପର ସହ ସେଲଫି ନେବାକୁ ଭୁଲି ନଥିଲେ କେହି । ସିଗନେଚର ପଏଣ୍ଟରେ ନିଜର ହସ୍ତାକ୍ଷର ଛାଡ଼ିଥିଲେ ସବୁ ଶିଶୁ ବିଜ୍ଞାନୀ । ଥ୍ରୀ ଚିୟରସ  ସାଇନ୍ସ ପାଇଁ ଦେଇଥିଲେ ନାରା ।

{"id":69130}

କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତେ ସିଟି ଟୁରରେ ଯାଇଥିଲେ । କିନ୍ତୁ ବିଦାୟ ବେଳକୁ ଶିଶୁ ବିଜ୍ଞାନୀ ମୁହଁରେ ଯେତିକି ଖୁସି ଓ ଆତ୍ନବିଶ୍ବାସ ଥିଲା ସେତିକି ଦୁଃଖ ବି ଥିଲା । କାରଣ କାଲିଠୁ ବହୁଡ଼ିବେ ସମ​ସ୍ତେ । ଯାହାବି ହେଉ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ସଫଳ ହେ।ଇଛି ବେ।ଲି ସମସ୍ତଙ୍କ ସଙ୍କେତ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.