୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ : ପୂର୍ବଭାରତରେ ଓଡ଼ିଶା ଏବେ ହୋଇଛି ନଲେଜ୍ ହବ କହିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 27, 2018 IST

ଭୁବନେଶ୍ବର ୨୭|୧୨: ଉଦଘାଟିତ  ହୋଇଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ।ଦ୍ବିତୀୟ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୧୦ଟି ଆସିଆନ ଓ ୫ଟି ଗଲ୍‌ଫ ରାଷ୍ଟ୍ରର ଛାତ୍ରଛାତ୍ରୀ ଏଠାରେ ବାଣ୍ଟିଛନ୍ତି  ବିଜ୍ଞାନର ବାର୍ତ୍ତା। 

{"id":67768}

ଜୟ ବିଜ୍ଞାନ। ଏହି ବାର୍ତ୍ତା ବାଣ୍ଟିବାକୁ ଏକାଠି ହୋଇଛନ୍ତି କୁନିକୁନି ବୈଜ୍ଞାନିକମାନେ। ଆରମ୍ଭ ହୋଇଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ। ଭୁବନେଶ୍ବର ସୋଆ ଡିମଡ ୟୁନିଭର୍‌ସିଟି ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜ୍ଞାନ ଆଗେଇଲେ ‌ଦେଶ ଆଗେଇବ। ଖୁସିର କଥା ପୂର୍ବଭାରତରେ ଓଡ଼ିଶା ଏବେ ହୋଇଛି ନଲେଜ୍‌ ହବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

{"id":67769}

କୁନି ବୌଜ୍ଞାନିକମାନଙ୍କୁ ସକାଳ ସକାଳୁ ବିଜ୍ଞାନ ସଚେତନତା ରାଲିରେ ଭାଗ ନେଇଥିଲେ। ନିଜ ନିଜ ରାଜ୍ୟର ବେଶ ଭୁଷା ହୋଇ ବିଜ୍ଞାନର ବାର୍ତ୍ତା ବାଣ୍ଟିଥିଲେ। ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୧୦ଟି ଆସିଆନ ଓ ୫ଟି ଗଲ୍‌ଫ ରାଷ୍ଟ୍ରର ୮୦୦ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି ୮୦ ଟି ପ୍ରଦର୍ଶନୀ ସାଙ୍ଗକୁ ୭ ଟି ଆକ୍ଟିଭିଟିସେଣ୍ଟର ରେ ନିଜନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି ଏହି କୁନି ବୌଜ୍ଞାନିକ ମାନେ। ଏଥରର ଥିମ୍‌ ରହିଛି ସାଇନ୍‌ସ ଟେକ୍‌ନୋଲୋଜି ଆଣ୍ଡ ଇନୋଭେସନ ଫର ଏ କ୍ଲିନ, ଗ୍ରୀନ ଆଣ୍ଡ ହେଲଦି ନେସନ।

{"id":67767}

୨୦୦୫ ପରେ ଦ୍ବିତୀୟ ଥର ପାଇଁ ଶିଶୁ ବିଜ୍ଞାନ କଂଗ୍ରେସ ଓଡ଼ିଶାରେ ଆୟୋଜିତ ହେଉଛି। ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଭାଗ ନେଇ ଆଗକୁ ଜଣେ ଜଣେ ସଫଳ ବୈଜ୍ଞାନିକ ହେବା​ରେ ପ୍ରେରଣା ପାଇଛନ୍ତି ଏହି ଛାତ୍ରଛାତ୍ରୀ

{"id":67770}

୩୧ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ ଏହି ବିଜ୍ଞାନ କଂଗ୍ରେସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.