Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱରରୁ ଆଉ ୨୬୭ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୧୧୪

24/08/2020 at 6:03 PM

ଭୁବନେଶ୍ୱର, ୨୪|୦୮:  ଭୁବନେଶ୍ୱରରୁ ସୋମବାର ୨୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫୯୯ରେ ପହଁଚିଛନ୍ତି ।

ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୫୩ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୧୧୪ । ଏହାସହ ୧୭୪ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସୂଚନାଯୋଗ୍ୟ, ରାଜଧାନୀରେ ଏବେସୁଦ୍ଧା ୭୫୯୯ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୪୫୬୩ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୩୩ଜଣ ପ୍ରାଣ ହରାଇଥିବା ବେଳେ ୨୯୯୪ଟି ସକ୍ରିୟ କେସ୍ ରହିଛି ।

   Related Posts