କରୋନାର ଦୈନିକ ସଂକ୍ରମଣରେ ବଡ଼ଧରଣର ହ୍ରାସ, ଗତ ୨୪ଘଣ୍ଟାରେ ୨୬୫୬୭ କୋଭିଡ଼ ସଂକ୍ରମିତ ଚିହ୍ନଟ
8/12/2020 at 10:30 AM

ନୂଆଦିଲ୍ଲୀ ୦୮।୧୨: କରୋନା ଭାଇରସର ପ୍ରଭାବ ଭାରତରେ ଧୀରେ ଧୀରେ କମ୍ ହେବାରେ ଲାଗିଛି । ଦେଶରେ ଦୈନିକ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୬,୫୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୧ଲକ୍ଷ ପାର୍ ହୋଇଛି । ସୋମବାର ଦିନ ୩୨,୯୮୧ଜଣ କରୋନାର ନୂଆ କେସ୍ ରେକର୍ଡ କରାଯାଇଥିଲା ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ କରୋନା ଭାଇରସରେ ୨୬,୫୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୫ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୭,୦୩,୭୭୦ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ସଂକ୍ରମଣମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୯୧,୭୮,୯୪୬ରେ ପହଞ୍ଚିଛି । ତେବେ ଗତ ୨୪ଘଣ୍ଟା ମଧ୍ୟରେ ୩୯,୦୪୫ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ୪ଲକ୍ଷ ତଳେ ଆକ୍ଟିଭ୍ କେସ୍ ରହିଛି । ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୩,୮୩,୮୬୬ରହିଛି । ସଂକ୍ରମିତମୁକ୍ତ ଲୋକ ଓ କରୋନା ଆକ୍ରାନ୍ତ ମଧ୍ୟରେ ପାର୍ଥ୍ୟକ ଲଗାତର ଭାବେ ବଢିଚାଲିଛି । ଦେଶରେ ଏବେ ଯାଏଁ ୧,୪୦,୯୫୮ ଲୋକଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।
With 26,567 new #COVID19 infections, India's total cases rise to 97,03,770.
— ANI (@ANI) December 8, 2020
With 385 new deaths, toll mounts to 1,40,958. Total active cases at 3,83,866.
Total discharged cases at 91,78,946 with 39,045 new discharges in the last 24 hours. pic.twitter.com/rLG7XMFUMI
ଗତ କିଛି ଦିନ ହେଲା ଭାରତରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଯାହାକି କରୋନା ବିରୋଧ ଲଢେଇରେ ମନୋବଳ ଯୋଗାଉଛି । କିନ୍ତୁ ଦେଶରେ କିଛି ଭାଗରେ କରୋନାର ୨ୟ ଲହରୀ ଏକ ଚିନ୍ତାପଲଟିଛି । ଖାସ୍ କରି ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ବେଙ୍ଗାଲୁରୁ ଆଦି ରାଜ୍ୟର କିଛି ସ୍ଥାନମାନଙ୍କରେ କରୋନାର ୨ୟ ଲହରୀ ଦେଖାଦେଇଛି । ଯାହାକୁ ଦୃଷ୍ଟିରେ ରଖି ସରକାର ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି ।