ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୬୧୩

Published By : Prameya-News7 Bureau | October 24, 2020 IST

ଭୁବନେଶ୍ଵର ୨୪।୧୦: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଅକ୍ଟୋବର ମାସ ଆରମ୍ଭରୁ ନୂତନ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ଘଟିଛି। ସଂପ୍ରତି ରାଜ୍ୟରେ ଦିନକୁ ୨ ହଜାରରୁ କମ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଅଧିକ ସଂଖ୍ୟାରେ ସଂକ୍ରମିତ ସୁସ୍ଥ ଲାଭ କରୁଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୧୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୨, ୬୨, ୦୩୧ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦିଆଯାଇଛି।

ବିଏମସି ଅନୁଯାୟୀ ଖୋର୍ଦ୍ଧା  ଜିଲ୍ଲାରୁ ସର୍ବାଧିକ ୩୪୨ ଜଣ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୨୮୧, ସୁନ୍ଦରଗଡରୁ ୨୨୮, ମୟୂରଭଞ୍ଜରୁ ୧୯୯, ଅନୁଗୁଳରୁ ୧୪୫, ବାଲେଶ୍ଵରରୁ ୧୦୬, ପୁରୀରୁ ୮୬, ସୋନପୁରରୁ ୮୫, କେନ୍ଦ୍ରାପଡାରୁ ୮୪, ଯାଜପୁରରୁ ୭୫, ନୂଆପଡାରୁ ୭୦, ବରଗଡରୁ ୬୯, ବଲାଙ୍ଗୀରରୁ ୬୯, ଝାରସୁଗୁଡାରୁ ୬୭, କେନ୍ଦୁଝରରୁ ୬୬, ଭଦ୍ରକରୁ ୬୦ ଜଣ କରୋନା ମୁକ୍ତ ହୋଇଛନ୍ତି।

wp:html /wp:html

ସେହି ପରି ଜଗତସିଂହପୁରରୁ ୫୫, ସମ୍ବଲପୁରରୁ ୫୪, ଢେଙ୍କାନାଳରୁ ୪୯, କଳାହାଣ୍ଡିରୁ ୪୯, ବୌଦ୍ଧରୁ ୪୬, ଗଞ୍ଜାମରୁ ୪୨, ମାଲକାନଗିରିରୁ ୩୮, କନ୍ଧମାଳରୁ ୩୩, କୋରାପୁଟରୁ ୩୩, ନବରଙ୍ଗପୁରରୁ ୩୩, ନୟାଗଡରୁ ୩୦, ରାୟଗଡାରୁ ୨୭, ଗଜପତିରୁ ୧୪ ଓ ଦେବଗଡ ଜିଲ୍ଲାରୁ ୯ ଜଣ କରୋନା ମୁକ୍ତ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୯୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୨, ୭୯, ୫୮୨କୁ ବୃଦ୍ଧି ଘଟିଛି। ଏହି ସମୟରେ ଆଉ ୧୫ ଜଣଙ୍କ ମତ୍ୟୁ ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ଘଟିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ କରୋନାରୁ ୨, ୬୨, ୦୩୧ ଜଣ ଆରୋଗ୍ୟଲାଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.